ନୂଆଦିଲ୍ଲୀ: ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ଲାକ୍ଷାଦ୍ଵୀପ। ଲାକ୍ଷାଦ୍ୱୀପକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ପ୍ଲାନ୍ । ଭାରତ ସରକାର ଲାକ୍ଷାଦ୍ୱୀପର ମିନିକୟ ଦ୍ୱୀପ ଉପରେ ଏକ ନୂଆ ଏୟାରପୋର୍ଟର ନିର୍ମାଣ କରିବାକୁ ଯାଉଛନ୍ତି । ତେବେ ଏହି ନୂଆ ବିମାନବନ୍ଦରଟି ଦୁଇଟି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି ସୂଚନା ମିଳୁଛି ।
ପ୍ରଥମତଃ ଏଠାରୁ ସେନାର ଲଢୁଆ ବିମାନ ଓ ସେନାର ଏୟାରକ୍ରାଫ୍ଟମାନେ ଉଡାଣ ଭରିବେ ଏବଂ ଲ୍ୟାଣ୍ଡ କରିବେ । ଦ୍ୱିତୀୟତଃ ଏହି ବିମାନବନ୍ଦରରୁ ସାଧାରଣ ଯାତ୍ରୀ ଏବଂ ବିମାନ ମଧ୍ୟ ଉଡାଣ ଭରିପାରିବ ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲାକ୍ଷାଦ୍ୱୀପର ମିନିକୟ ଦ୍ୱୀପରେ ଏହି ବିମାନବନ୍ଦରର ନିର୍ମାଣ କରାଯିବ । ଯାହାକୁ ଭାରତୀୟ ସେନା ସହିତ ସାଧାରଣ ଲୋକ ମଧ୍ୟ ବ୍ୟବହାର କରିପାରିବେ ।