କର୍ଣ୍ଣାଟକ ରାଜ୍ୟପାଳଙ୍କୁ କରୋନା

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି କରୋନା ତାର କାୟା ମେଲାଇବାରେ ଲାଗିଛି । ଏହାରି ଭିତରେ କର୍ଣ୍ଣାଟକ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ବାସଭବନରେ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଆଗାମୀ ସୂଚନା ମିଳିବା ଯାଏ ସମସ୍ତ ପ୍ରକାର କାର୍ୟ୍ୟକ୍ରମରେ ସାମିଲ ହେବାକୁ ବନ୍ଦ କରିଦିଆଯାଇଛି ବୋଲି ରାଜଭବନ ପକ୍ଷରୁ ବୟାନ ଜାରି କରାଯାଇଛି।

କର୍ଣ୍ଣାଟକରେ ଏବେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୧ ନୂଆ ସଂକ୍ରମଣ ମାମଲା ଆସିଛି। ଏହାପରେ ଆକ୍ଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୧୨୨୨କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.