ନୂଆଦିଲ୍ଲୀ(ଆମ ଟିଭି): ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ଶର୍ମା ଏକ୍ସରେ ସୂଚନା ଦେଇଛନ୍ତି। ପାକିସ୍ତାନୀ ହ୍ୟାକର ମାନେ ତାଙ୍କ ଫେସବୁକ୍ ଆକାଉଣ୍ଟକୁ ବି ହ୍ୟାକ୍ କରିବାକୁ ଚେଷ୍ଟା କରିଥିବା ସେ ଉଲ୍ଲେଖ କରିଛନ୍ତି। ହିମନ୍ତ ତାଙ୍କ ଫେସବୁକ ଆକାଉଣ୍ଟ ସେଟିଙ୍ଗର ଏକ ସ୍କ୍ରିନସଟ ସେୟାର କରିଛନ୍ତି ।
ଭାରତର ଚାରି ଜଣ ଏବଂ ପାକିସ୍ତାନର ଜଣେ ବ୍ୟକ୍ତି ଏହାକୁ ପରିଚାଳନା କରୁଥିବା ଦର୍ଶାଯାଇଛି । ବର୍ତ୍ତମାନ ହିମନ୍ତ ବିଶ୍ୱ ଶର୍ମାଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ରିକଭର ହୋଇଛି । ତେବେ ଏଭଳି ଉଦ୍ୟମ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଲାଗି ତଦନ୍ତ ଜାରି ରହିଛି।