ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଓଡ଼ିଶାର ଆଜି ଦ୍ଵିତୀୟ ଦିନ

0

ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ। ଆଜି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ବାହାରିବେ ରାହୁଲ।ସିଧାସଳଖ ରାଉରକେଲାର ଉଦିତନଗର ଛକକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।

ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପାନପୋଷରେ ସାଧାରଣ ସଭା ପରେ, ସେଠାରୁ ରାଜଗାଙ୍ଗପୁର ଯିବେ ଏବଂ ଆଉ ଏକ ସାଧାରଣ ସଭାରେ ଯୋଗ ଦେବେ ରାହୁଲ ଗାନ୍ଧି।

ସେଠାରୁ କୁତ୍ରା ଓ ବଡ଼ଗାଁ ଦେଇ ସୁନ୍ଦରଗଡ଼ରେ ପହଞ୍ଚିବେ ଏବଂ ସେଠାରେ ଜନସଭା ପରେ ଝାରସୁଗୁଡ଼ା ଯିବେ ବୋଲି ସୂଚନା ମିଳିଛି। ଝାରସୁଗୁଡ଼ାରେ ରାତ୍ରି ରହଣୀ ପରେ, ଆସନ୍ତାକାଲି ସେଠାରେ ପଦଯାତ୍ରା କରିବେ ଏବଂ ସେଠାରୁ ଛତିଶଗଡ଼ ଯିବେ ରାହୁଲ। ଗତକାଲିର କାର୍ଯ୍ୟକ୍ରମ ପରେ ରାହୁଲ ସୁନ୍ଦରଗଡର ବୀରମିତ୍ରପୁରରେ ଅଛନ୍ତି। ରାହୁଲ ଗାନ୍ଧିଙ୍କ ସହ ଦଳର ଅନେକ ବରିଷ୍ଠ ନେତା ମଧ୍ୟ ଆସିଛନ୍ତି।

Leave A Reply

Your email address will not be published.