ରାହୁଲଙ୍କ ଉପରେ ବର୍ଷିଲେ ପ୍ରଣବଙ୍କ ଝିଅ
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ କଂଗ୍ରେସର ସାମ୍ପ୍ରତିକ ଆଦର୍ଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଗାନ୍ଧୀ-ନେହେରୁ ପରିବାର ତାଙ୍କ ପିତାଙ୍କୁ କୌଣସି ପଦବୀ ଦାନରେ ଦେଇ ନାହାନ୍ତି। ଏହାକୁ ମୋ ବାପା ଅର୍ଜନ କରିଥିଲେ ଏବଂ ଏଥିପାଇଁ ଯୋଗ୍ୟ ହୋଇଥିଲେ।
ବାସ୍ତବରେ, ଗୋଟିଏ ଦିନ ପୂର୍ବରୁ ମଧ୍ୟ ଶର୍ମିଷ୍ଠା କଂଗ୍ରେସକୁ ପରାମର୍ଶ ଦେଇଥିଲେ ସମୟ ଆସିଛି ନେତୃତ୍ୱ ପାଇଁ କଂଗ୍ରେସ ଦଳ ଗାନ୍ଧୀ-ନେହେରୁ ପରିବାର ବାହାରେ ଦୃଷ୍ଟି ଦେବା ଉଚିତ। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଥିଲା।
ଗାନ୍ଧୀ ପରିବାରର ଲୋକମାନେ ରାଜ ପରିବାରଙ୍କ ପରି, ନିଜର ଚାରି ପିଢ଼ି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଆଶା କରୁଛନ୍ତି। କଂଗ୍ରେସ ନେତାଙ୍କୁ କଡ଼ା ସମାଲୋଚନା କରି ସେ ପଚାରିଛନ୍ତି ବର୍ତ୍ତମାନର କଂଗ୍ରେସ ଦଳର ଆଦର୍ଶ କ’ଣ? ନିର୍ବାଚନ ପୂର୍ବରୁ ଜଣେ ଶିବ ଭକ୍ତ ହେବା? ଏହାର ଉତ୍ତର ଦଳକୁ ଦେବାକୁ ପଡ଼ିବ।
ଦଳରେ ଗଣତନ୍ତ୍ରର ପୁନର୍ରୁଦ୍ଧାର, ସଦସ୍ୟତା ଅଭିଯାନ, ଦଳ ମଧ୍ୟରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ପ୍ରତ୍ୟେକ ସ୍ତରରେ ତୃଣମୂଳ ସ୍ତରର କର୍ମୀଙ୍କୁ ଜଡିତ କରିବାର ଆବଶ୍ୟକତା ରହିଛି।
ରାହୁଲ ଗାନ୍ଧୀଙ୍କୁ ବାଖ୍ୟା କରିବା ମୋର କାମ ନୁହେଁ। ଜଣେ ବ୍ୟକ୍ତିଙ୍କୁ ବ୍ୟାଖ୍ୟା କରିବା ସମ୍ଭବ ନୁହେଁ। ଯଦି କେହି ମୋତେ ମୋ ବାପାଙ୍କୁ ବ୍ୟାଖ୍ୟା କରିବାକୁ କୁହନ୍ତି, ମୁଁ ମୋ ବାପାଙ୍କ ସମ୍ପର୍କରେ ମଧ୍ୟ କହି ପାରିବି ନାହିଁ। ନେତୃତ୍ୱ ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ନେତା କହିଛନ୍ତି ଦଳର ନେତାମାନଙ୍କୁ ଏହାର ଉତ୍ତର ଦେବାକୁ ପଡିବ।