ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଦେଲେ ବିରୋଧୀ

0

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଅପରାହ୍ନରେ ଗୃହକାର୍ୟ୍ୟ ଆରମ୍ଭ ହେବା ପରେ ଅର୍ପଣ ଚାଉଳକୁ ନେଇ ବିଜେପି ଓ ବିଜେଡି ବିଧାୟକମାନଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ହଟ୍ଟଗୋଳ ଏତେ ଉଗ୍ରରୂପ ନେଇଥିଲା କି, ବିଜେପି ବିଧାୟକ ନାଉରୀ ନାୟକ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ତାଙ୍କ ମାଇକ ଭାଙ୍ଗିଦେଇଛନ୍ତି ।

ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ଗୃହରେ ହଟ୍ଟଗୋଳ କରିଥିଲେ । ସେପଟେ ପରୀ ମାମଲାରେ ବିଜେପିର କ୍ଷମା ପ୍ରାର୍ଥନା ଦାବିରେ ବିଜେଡି ବିଧାୟକମାନେ ମଧ୍ୟ ହଟ୍ଟଗୋଳ କରିଥିଲେ । ଏସବୁ ଭିତରେ ବାଚସ୍ପତି ପ୍ରମିଳା ମଲ୍ଲିକା ଗୃହକୁ ୧ ଘଣ୍ଟା ପାଇଁ ମୁଲତବୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.