ରାଜ୍ୟରେ ଆଉ ୨୮ ନୂଆ ଜିଲ୍ଲା ଗଠନ ନେଇ ଆସିଛି ଦାବି

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ଆଉ ୨୮ ନୂଆ ଜିଲ୍ଲା ଗଠନ ନେଇ ଆସଲଛି ଦାବି ପତ୍ର । ଏହା ପରେ ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂଆ ଜିଲ୍ଲା ଗଠନ କରିବା ପାଇଁ ଦାବି ଉପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ରାଜ୍ୟରେ ଆଉ ୨୮ ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ଆସିଛି । ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

ବ୍ରିକ୍ସର ଚତୁର୍ଥ ସବୁଠୁ ଧନୀ ସହର ମାୟାନଗରୀ ମୁମ୍ବାଇ , ଏହି ତାଲିକାରେ ଆଉ କେଉଁ ସହର ଅଛି ଜାଣନ୍ତୁ ପଦ୍ମପୁର, ଧର୍ମଗଡ଼ ଓ କଣ୍ଟାବାଞ୍ଜି ସହ ୨୮ ନୂଆ ଜିଳ୍ଲା ପାଇଁ ଦାବି ହୋଇଛି । ମୟୂରଭଞ୍ଜ ଜିଲ୍ଲାକୁ ଭାଙ୍ଗି ୫ ଟି ଜିଲ୍ଲା କରିବା ପାଇଁ ଦାବି ହୋଇଛି । ମୟୁରକ୍ଷଞ୍ଜ, ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ ଓ କରଞ୍ଜିଆ ଜିଲ୍ଲା କରିବାକୁ ଦାବି ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାକୁ ମଧ୍ୟ ଭାଙ୍ଗି ୫ଟି ଜିଲ୍ଲା କରିବା ପାଇଁ ଦାବି ସରକାରଙ୍କୁ ମିଳିଛି ।

ସେହିପରି ବାଲେଶ୍ୱରକୁ ଭାଙ୍ଗି ୪ଟି, ବଲାଙ୍ଗିର ଜିଲ୍ଲାକୁ ୪ଟି ଏବଂ କଟକ ଓ ଅନୁଗୁଳ ଜିଲ୍ଲାକୁ ଭାଙ୍ଗି ୩ ଟି ଲେଖାଏଁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି । ତେବେ ଏନେଇ ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

Leave A Reply

Your email address will not be published.