ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, କାହିଁକି
ନୂଆଦିଲ୍ଲୀ: ପାର୍ଲାମେଣ୍ଟର ବଜେଟ୍ ଅଧିବେଶନରେ ମୋଦି ସରକାର ଗୁରୁବାର କଂଗ୍ରେସର ୧୦ ବର୍ଷ କାର୍ଯ୍ୟକାଳ ବିରୋଧରେ ଏକ ଶ୍ୱେତପତ୍ର ଆଣିବା ପାଇଁ ରୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ବରିଷ୍ଠ ମନ୍ତ୍ରୀଙ୍କ ସହ ଏହି ବୈଠକ କରିଛନ୍ତି। ଯେଉଁଥିରେ ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଏହି ବୈଠକ କେବଳ ଶ୍ୱେତପତ୍ର ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ହୋଇଛି। ଯାହା ମଧ୍ୟାହ୍ନ ପରେ ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ।