ଝାରସୁଗୁଡ଼ରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା
ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ତୃତୀୟ ଦିନ । ବେଲପାହାଡ଼ରେ ଜନସଭାକୁ ସମ୍ବୋଧନ କରିଛନ୍ତି ରାହୁଲ । ଝାରସୁଗୁଡ଼ା ପୁରୁଣା ବସ ଷ୍ଟାଣ୍ଡ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ । ପ୍ରାୟ ଦୁଇ କିଲୋମିଟର ଯାତ୍ରା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ । ଏହାପରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଲିଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚି ସେଠାରେ ବିଶ୍ରାମ ନେବେ । ଏହା ପରେ ରାହୁଲ ଗାନ୍ଧୀ ଦିଲ୍ଲୀ ଫେରିଯିବେ ।
ଲୋକସଭାରେ ପ୍ରଧାନମନ୍ତ୍ରୀ ରଖିଥିବା ଅଭିଭାଷଣ ଉପରେ ନିଜର ମତ ରଖିବେ ରାହୁଲ ଗାନ୍ଧୀ । ସେଥିପାଇଁ ଝାରସୁଗୁଡାରେ କାର୍ଯ୍ୟକ୍ରମ ଶୀଘ୍ର ସରିଯିବ ବୋଲି ସୂଚନା ମିଳିଛି । ତେବେ ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଥିବା ରାହୁଲ ଗାନ୍ଧୀ ଗତକାଲି ସିଧାସଳଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।