ସମରେଶଙ୍କ ‘ନିୟତି’ର ଶୁଭ ମହୁରତ
ଭୁବନେଶ୍ୱର (ଆମ ଟିଭି): ଅଭିନେତାରୁ ପ୍ରଯୋଜକ ସାଜିଛନ୍ତି ସମରେଶ ରାଉତରାୟ । ତାଙ୍କର ନୂଆ ଚଳଚ୍ଚିତ୍ର ‘ନିୟତି’ର ଶୁଭ ମହୁରତ ଶେଷ ହୋଇଛି । ଚନ୍ଦ୍ରଶେଖରପୁର ଇଶାଣେଶ୍ୱର ମନ୍ଦିରରେ ବୁଧବାର ସକାଳେ ମହୁରତ ଅନୁଷ୍ଠିତ ହୋଇଛି । ଏଥିରେ ସମରେଶ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକାରେ ନଜର ଆସିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ପିନାକୀ ଶ୍ରୀଚନ୍ଦନ ।
ମୁଖ୍ୟ ଭୁମିକାରେ ଦିବ୍ୟ, ସାନୁ, କେ କେ, ପୁପୁଲ ଭୁୟାଁ, ବିଶାନ, ଅଭିଜିତ, ଅଙ୍କିତ, ଉଦିତ ଓ ଶୁଭ୍ରାଂଶୁ ପ୍ରମୁଖ ଅଭିନୟ କରିଛନ୍ତି । ସେହିଭଳି ଅନୁରାଗ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ନାବ୍ସ ଓ ସରୋଜ ମିକ୍ସିଂ କରିଛନ୍ତି । ଅକ୍ଷୟ ଡିଓପି, କେଡି ସିପୁନ ଏଡିଟିଂ, ଲିଙ୍କନ ଆଟୟ ଡିରେକ୍ଟର ଭାବେ ଦାୟିତ୍ୱ ତୁଲାଇଛନ୍ତି । ସିନେମାର ଆଜି ମହୁରତ ସରିଛି, ଖୁବଶୀଘ୍ର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି ।
ଓଡିଆ ସିନେମାରେ ସମରେଶ ରାଉତରାୟଙ୍କୁ କିଏ ବା ନଜାଣେ । ଧଉଳି ଏକ୍ସପ୍ରେସ, ମୋ ସୁନାପୁଅ, ମୁଖ୍ୟମନ୍ତ୍ରୀ, ସଂଜୁ ଆଉ ସଂଜନା, ପ୍ରେମ ଅଢ଼େଇ ଅକ୍ଷର, ଦିୱାନା, ଲୋଫର, ଏ ମନ ଖୋଜେ ମନଟିଏ, ଚକଲେଟ, ମୋଷ୍ଟ ୱାଣ୍ଟେଡ, କଟକ, ଲୁଚକାଳି, ହରି ଓମ୍ ହରି, ଇସ୍କ ତୁ ହି ତୁ, କେହି ନୁହେଁ କାହାର, ବାବୁ ଭାଇଜାନ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଜୀବନ୍ତ ହୋଇଛି । ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ଅଭିନୟ କରି ସେ ଦର୍ଶକଙ୍କ ମନ କିଣିଛନ୍ତି । ଏବେ ଅଭିନେତା ସହ ପ୍ରଯୋଜକ ଭାବେ ନୂଆ ଯାତ୍ରା ଆରମ୍ଭ କରିଛନ୍ତି ସେ । ତେଣୁ ତାଙ୍କୁ ନେଇ ଓଲିଉଡରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।