ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ

0

ନୂଆଦିଲ୍ଲୀ (ଆମ ଟିଭି): ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ । ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିବା ପଶୁପତି ପାରସ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ପଶୁପତି ପାରସ ନିଜର ଇସ୍ତଫା ଘୋଷଣା କରିଛନ୍ତି । ଏହାସହ କହିଛନ୍ତି, ମୋ ପ୍ରତି ଏବଂ ମୋ ଦଳ ପ୍ରତି ଅନ୍ୟାୟ କରାଯାଇଛି ।

ବିହାରରେ ଆସନ ବୁଝାମଣାରେ ବିଜେପି ୧୭ଟି ଲୋକସଭା ଆସନ, ଜେଡିୟୁ ୧୬ଟି, ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଦଳ ୫ଟି, ଉପେନ୍ଦ୍ର କୁଶୱା ଏବଂ ଜୀତନରାମ ମାଂଝିଙ୍କ ଦଳକୁ ଗୋଟିଏ ଲେଖାଏଁ ଆସନ ମିଳିଥିଲା । ହେଲେ ପଶୁପତିଙ୍କ ଦଳକୁ ଗୋଟିଏ ବି ଆସନ ମିଳିନଥିଲା, ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ପଶୁପତି ।

Leave A Reply

Your email address will not be published.