କେଜରିଓ୍ବାଲ ଆଣିଲେ ଦୁର୍ବ୍ୟବହାର ଅଭିଯୋଗ

0

ନୂଆଦିଲ୍ଲୀ (ଆମ ଟିଭି): ଅବକାରୀ ଦୁର୍ନୀତି ମାମଲାରେ ବନ୍ଧା ହୋଇ ଇଡି ରିମାଣ୍ଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଜଣେ ACP ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏନେଇ ସେ ACPଙ୍କୁ ହଟାଇବାକୁ କୋର୍ଟଙ୍କ ନିକଟରେ ଅପିଲ କରିଛନ୍ତି। ACP ଏ.କେ ସିଂଙ୍କୁ ନିଜ ସୁରକ୍ଷାରୁ ହଟାଇବାକୁ ସେ କୋର୍ଟଙ୍କ ନିକଟରେ ଦାବି କରିଛନ୍ତି।

କେଜରିୱାଲଙ୍କ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ଏସିପି ଏ.କେ ସିଂଙ୍କ ବିରୋଧର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସିପି ଏ.କେ ସିଂ, ମନିଷ ସିସୋଦିଆଙ୍କ ବେକ ଧରି ଟାଣି ଟାଣି ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ତେବେ ଏନେଇ କୋର୍ଟ କୌଣସି ନିର୍ଦ୍ଦେଶାନାମା ପ୍ରକାଶ କରି ନାହାନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଆଜି ଠାରୁ ପଚରାଉଚରା କରିବ ଇଡି। ରିମାଣ୍ଡରେ ଥିବା କେଜରିୱାଲଙ୍କ ଠାରୁ ମଦ ଦୁର୍ନୀତି ମାମଲାର ବିଭିନ୍ନ ଦିଗକୁ ନେଇ ସତ ଉଗାଳିବାକୁ ଚେଷ୍ଟା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛନ୍ତି ।

Leave A Reply

Your email address will not be published.