ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର

0

ଭୁବନେଶ୍ୱର(ଆମ ଟିଭି): କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡ଼ା ନିଆଯାଇଛି। ସେଠାରେ ସୁରକ୍ଷିତ ଭାବେ ହେଲିକପ୍ଟର ଅବତରଣ କରିଛି।

ପାଗ ବଦଳିବା ପରେ ହେଲିକପ୍ଟର ଝାରସୁଗୁଡ଼ାରୁ ବାହାରିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଖଡ଼ିଆଳରୁ ମୁଖ୍ୟମନ୍ତ୍ରୀ ସଭାସାରି ଫେରିଲା ବେଳେ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା ହେଲିକପ୍ଟର।

Leave A Reply

Your email address will not be published.