ଝାଡଖଣ୍ଡ ରାଂଚିରେ ଇଡି ରେଡ୍ ବେଳେ ଜବତ ହେଲା ପୁଳା ପୁଳା ଟଙ୍କା

0

ନୂଆଦିଲ୍ଲୀ (ଆମ ଟିଭି): ଝାଡଖଣ୍ଡ ରାଂଚିରେ ଇଡି ରେଡ୍ ବେଳେ ଜବତ ହେଲା ପୁଳା ପୁଳା ଟଙ୍କା । ଜଣେ ଆଇଏଏସ୍ ଅଫିସରଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଘରୁ ମିଳିଛି ବିଡା ବିଡା ଟଙ୍କା । ଦେଖନ୍ତୁ ଏ ଦୃଶ୍ୟ, କିଭଳି ବିଡା ବିଡା ନୋଟ୍ ପାହାଡ ଭଳି ଗଦା ହୋଇ ରହିଛି । ୨୦ କୋଟିରୁ ଉଦ୍ଧ୍ୱର୍ ନଗଦ ଟଙ୍କା ଜବତ ହୋଇଛି । ଝାଡଖଣ୍ଡ ସରକାରରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମିରା ରୁ ଆଲମଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ଲାଲଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଘରୁ ଏହି ୨୦ କୋଟି ଟଙ୍କା ମିଳିଛି ।

ଏଥିସହ ଅନ୍ୟଜାଗାରୁ ମଧ୍ୟ ୩୦ କୋଟି ମିଳିଥିବା ସୁଚନା ରହିଛି । ଇଡି ସୁଚନା ଅନୁଯାୟୀ । ଆଲମାରୀ ରୁ ପୁଳାପୁଳା ଟଙ୍କା ମିଳିଛି । ନୋଟ ଗଣିବା ପାଇଁ ଟଙ୍କା ମେସିନ ମଧ୍ୟ ମଗାଯାଇଛି । ଆସ ଆଜି ସକାଳୁ ଝାଡଖଣ୍ଡର ୯ଟି ସ୍ଥାନରେ ଚଢାଉ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳାୟ ।

Leave A Reply

Your email address will not be published.