ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ଭୋଟ୍ ଦେଲେ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି); ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ । ସକାଳୁ ସକାଳୁ କଡା ସୁରକ୍ଷା ବଳୟ ଭିତରେ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି । ଗୁଜରାଟ, ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ମତ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସାଥିରେ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ ।

ଭୋଟ୍ ଦେବା ସହ ସେଠାରେ ଥିବା ଲୋକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କ ସହ ସେଲଫି ଉଠାଇବା ସହ ଛୋଟ ପିଲାଙ୍କ ସହ ଫଟୋ ବି ଉଠାଇଛନ୍ତି । ଭୋଟ୍ ଦେବା ପରେ କାଳି ଲଗା ଆଙ୍ଗୁଠି ଦେଖାଇ ଭୋଟ୍ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ।

Leave A Reply

Your email address will not be published.