ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରାଇଦେଉନାହିଁ ବିଜେଡି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ଭୁବନେଶ୍ୱର (ଆମ ଟିଭି): ଆଜି କନ୍ଧମାଳରୁ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆୟୁଷ୍ମାନ ଯୋଜନାର ଲାଭ କହିବା ସହ ବିଜେଡି ସରକାର ଏହାକୁ ଏଠାରେ ଲାଗୁ କରାଇ ଦେଉନଥିବା ମୋଦୀ ଜନସଭାରେ କହିଛନ୍ତି । ସେ ଆହୁରି କହିଛନ୍ତି, ମୋଦୀ ଆପଣଙ୍କୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଦେବାକୁ ଚାହୁଁଛି । ହେଲେ ବିଜେଡି ସରକାର ଆୟୁଷ୍ମାନ ଯୋଜନାକୁ ଏଠାରେ ଲାଗୁ କରିବାକୁ ଦେଉନାହାନ୍ତି । ଓଡିଶାର ଲୋକମାନେ ଦେଶର ବିଭିନ୍ନ ରାଜ୍ୟରେ ରହୁଛନ୍ତି । ଯଦି ଭାରତର କେଉଁଠି ବି ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ତେବେ ଆପଣ ସେଠାରେ ବି ୫ ଲକ୍ଷ ଟଙ୍କାର ସୁବିଧା ପାଇପାରିବେ ।

ଆପଣଙ୍କ ପାଖରେ ଟଙ୍କା ଥାଉ କି ନଥାଉ, ସମ୍ପର୍କୀୟ ଥାଆନ୍ତୁ କି ନଥାନ୍ତୁ କେବଳ ପକେଟରେ କାର୍ଡ ଥିବା ଦରକାର । ମୁଁ ୫ ବର୍ଷରୁ ଏଠାକାର ସରକାରକୁ ବୁଝାଇବାକୁ ଚେଷ୍ଟା କଲିଣି ହେଲେ ସେମାନେ ବୁଝିବାକୁ ଚାହୁଁନାହାନ୍ତି । ଓଡିଶାରେ ବିଜେପି ସରକାର ବନାଇଲେ ୫ ଲକ୍ଷର ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଯାହାର ଆପଙ୍କ ରୋଗର ଚିନ୍ତା ନାହିଁ ସେ ସରକାର ଓଡିଶାରେ ରହିବା ଦରକାର କି ନାହିଁ ଆପଣ ଚିନ୍ତା କରନ୍ତୁ ବୋଲି ମୋଦୀ କହିଛନ୍ତି ।

ଓଡିଶା ପର୍ଯ୍ୟଟନର ଅନେକ ସମ୍ଭାବନା ରହିଛି । ପର୍ଯ୍ୟଟନ ବଢିଲେ ରୋଜଗାର ବଢେ । ହେଲେ ଏଥିରେ ଓଡିଶା ସରକାର ପଛୁଆ । ଭାଜପା ସରକାର ଏଠାରେ ପର୍ଯ୍ୟଟନର ବିକାଶ କରିବାକୁ ଚାହୁଁଛି । ମୋଦୀ ହେଉଛି ଆପଣମାନଙ୍କର ସବୁଠାରୁ ବଡ ଗ୍ୟାରେଣ୍ଟି । ମୁଦ୍ରା ଯୋଜନାରେ ଆପଣ ୨୦ ଲକ୍ଷ ଟଙ୍କା ଲୋନ ନେଇ ନିଜ ବ୍ୟବସାୟ କରିପାରିବେ । ଯୁବକମାନେ ପର୍ଯ୍ୟଟନର ବିକାଶ କରିପାରିବେ ।

Leave A Reply

Your email address will not be published.