ରଘୁନାଥପାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭିକେ ପାଣ୍ଡିଆନ୍

0

ଭୁବନେଶ୍ୱର (ଆମ ଟିଭି): ରଘୁନାଥପାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭିକେ ପାଣ୍ଡିଆନ୍ । ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ଚ୍ୟାଲେଞ୍ଜ ଦେଇଛନ୍ତି ପାଣ୍ଡିଆନ୍ । କହିଛନ୍ତି ଆପଣ ବଡ ବଡ କଥା କହୁଛନ୍ତି, ହେଲେ ତେଲ ରେଟ୍ ବଢିବନି ବୋଲି ଚ୍ୟାଲେଞ୍ଜ ଦେଇପାରିବେ କି? ଏଲପିଜି ଦାମ ବଢିବନି ବୋଲି ଗ୍ୟାରେଣ୍ଟି ଦେଇପାରିବେ କି?

ଏଥିସହିତ ପାଣ୍ଡିଆନ୍ କହିଛନ୍ତି, ୨୦୧୪ରେ ପ୍ରତି ବର୍ଷ ଦୁଇ କୋଟି ରୋଜଗାର ଦେବେ ବୋଲି କହିଥିଲେ, ୧୦ ବର୍ଷରେ ୨୦ କୋଟି ରୋଜଗାର ଦେବା କଥା । ଏହା ହେଇଥିଲେ ଓଡିଶାର ଭାଗ ପଡିଥାନ୍ତା ୮୦ ଲକ୍ଷ ରୋଜଗାର, ସେହି ଅନୁସାରେ ରଘୁନାଥପାଲିରେ ୫୦ ହଜାର ଲୋକ ଚାକିରି ପାଇବା କଥା । ହେଲେ ରଘୁନାଥପାଲିରେ ୫୦ ହଜାର ଲୋକ ଚାକିରି ପାଇଛନ୍ତି କି ବୋଲି ପାଣ୍ଡିଆନ୍ ସମବେତ ଜନତାଙ୍କୁ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ନବୀନ ବାବୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିିଛନ୍ତି । ଶପଥ ନେବ ଦିନ ହିଁ ମୁଖ୍ୟମନ୍ତ୍ରୀ ମାନିଫେଷ୍ଟୋକୁ କ୍ୟାବିନେଟରେ ପାସ୍ କରିବେ । ହେଲେ ଓଡିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବା କଥା କହିବା ପରେ, ବିରୋଧୀଙ୍କୁ କରେଣ୍ଟ ଲାଗିଛି । ଜୁନ୍ ମାସରୁ ଲୋକଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡିବନି, ଏହା ହେଉଛି ନବୀନଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ପାଣ୍ଡିଆନ୍ ।

Leave A Reply

Your email address will not be published.