ଆସନ୍ତାକାଲିଠୁ ପୁଣି ଖୋଲିବ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର (ଆମ ଟିଭି): ପୁଣି ଖୋଲିବ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଆସନ୍ତାକାଲିଠୁ ପୁଣି ଖୋଲିବାକୁ ଯାଉଛି ଭୁବନେଶ୍ୱରର ୟୁନିଟ-୨ ମାର୍କେଟ ବିଲ୍ଡିଂ । କିଛି କଟକଣା ଏବଂ ସର୍ତ୍ତ ସହିତ ଏହି ମାର୍କେଟ ପୁଣି ଜନସାଧାରଣଙ୍କ ପାଇଁ ଖୋଲିବ । ବ୍ୟବସାୟିକ ସଂଘ ଏବଂ ବିଏମସି ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ମାର୍କେଟ ଖୋଲିଲେ ବି ଏଠାରେ ପୋଲିସର ପେଟ୍ରୋଲିଂ ଏବଂ ବିଏମସିର ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି।
ଆସନ୍ତାକାଲିଠୁ ପୁଣି ଥରେ ୟୁନିଟ୍-୨ ମାର୍କେଟ ବିଲ୍ଡିଂ ଖୋଲିବାକୁ ଯାଉଛି । ତେବେ ଆଗାମୀ ୭ ଦିନ ପର୍ୟ୍ୟନ୍ତ ପୋଲିସର ପେଟ୍ରୋଲିଂ ଏବଂ ବିଏମସିର ଚଢାଉ ମଧ୍ୟରେ ମାର୍କେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ବିଏମସି ଏବଂ ବ୍ୟବସାୟିକ ସଂଘ ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।