ଭୁବନେଶ୍ବର(ଆମ ଟିଭି): ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରବାର । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ନିୟମିତ ଚାଲିବ ଅଭିଯୋଗର ଶୁଣାଣି । ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ରାଜ୍ୟ ସରକାର । ଭୁବନେଶ୍ୱର ୟୁନିଟ୍-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବେ । ତେବେ ଆଜିର ଜନ ଶୁଣାଣି ପାଇଁ ଏଯାଏଁ ୩୦୦ରୁ ଅଧିକ ଲୋକ ନାମ ପଞ୍ଜିକରଣ କରିସାରିଥିବା ସୂଚନା ରହିଛି ।
– ପ୍ରତି ସୋମବାର ଦିନ ୧୧ଟାରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବ
– ସକାଳ ୯ଟାରୁ ୧୨ଟା ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜିକରଣ କରିବାକୁ ହେବ
– www.janasunani.odisha.gov.in ରେ ପଞ୍ଜିକରଣ କରିହେବ
– ୱେବସାଇଟରେ ପ୍ରଥମେ ନିଜ ପୂରା ନାଁ ଓ ମୋବାଇଲ ନମ୍ବର ଦେବାକୁ ହେବ
– ଏହା ସହ ଏକ ପାସୱାର୍ଡ ଦେଇ ସାଇନ୍ ଅପ୍ କରିବାକ ହେବ
– ଏହା ପରେ ଲଗଇନ୍ କରି ଅଭିଯୋଗ ପଞ୍ଜିକରଣ କରିବାକୁ ପଡ଼ିବ
– ୬୩୭୦୯୫୧୯୩୦ ହ୍ୱାଟ୍ସଆପ୍ ନମ୍ବରକୁ ମେସେଜ୍ କରି ପଞ୍ଜିକରଣ କରିହେବ
– ଇ-ମେଲ ଓ ଚିଠି ମାଧ୍ୟମରେ ମଧ୍ୟ ପଞ୍ଜିକରଣ କରାଯାଇପାରିବ
– ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଆରମ୍ଭ କରିବେ
– ସମ୍ମିଳନୀ କକ୍ଷରେ ଏକକାଳୀନ ୩୦ ଜଣ ଲୋକ ବସିପାରିବେ
– ଅନ୍ୟ ସମସ୍ତଙ୍କର ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି