ମୋଦି-ପୁଟିନଙ୍କ ସାକ୍ଷାତକାରକୁ ନେଇ କାହିଁକି ଟେନସନରେ ଆମେରିକା

0

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତ ଏବଂ ପୁଟିନଙ୍କୁ ଭେଟିବା ବର୍ତ୍ତମାନ ଆମେରିକା ପାଇଁ ଚିନ୍ତାର କାରଣ ହୋଇଛି। ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୌପଚାରିକ ବେଠକର କିଛି ସମୟ ପରେ ଆମେରିକା ସୋମବାର ଏକ ବିବୃତ୍ତି ଦେଇଛି।

ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ମସ୍କୋ ଆକ୍ରମଣ ମଧ୍ୟରେ ଆମେରିକା ସୋମବାର ରୁଷିଆର ଭାରତ ସହ ସମ୍ପର୍କକୁ ନେଇ ଚିନ୍ତା ପ୍ରକଟ କରିଛି। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ବିଦେଶ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପବ୍ଲିକ ରିମାର୍କକୁ ଦେଖିବି ଯାହା ସେ କହିଛନ୍ତି, କିନ୍ତୁ ମୁଁ ଯେପରି କହିଛି, ରୁଷିଆ ସହିତ ସେମାନଙ୍କ ସମ୍ପର୍କକୁ ନେଇ ଆମେ ଭାରତକୁ ସ୍ପଷ୍ଟ କରିଛୁ।

Leave A Reply

Your email address will not be published.