ଆଡ଼ପ ମଣ୍ଡପ ବିଜେ ବେଳେ ଅଘଟଣ: ସେବାୟତଙ୍କ ହାତରୁ ଖସି ପଡ଼ିଲେ ବଳଭଦ୍ର
ପୁରୀ (ଆମ ଟିଭି): ସେବାୟତଙ୍କ ହାତରୁ ପ୍ରଭୁ ବଳଭଦ୍ର ଖସିପଡି ୩ ସେବାୟତ ଆହତ ହୋଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ ସମୟରେ ପହଣ୍ଡିବେଳେ ସେବାୟତଙ୍କ ହାତରୁ ଖସି ପଡିଲେ ପ୍ରଭୁ ବଳଭଦ୍ର ।
ଏହି ଅଘଟଣରେ ୩ ସେବାୟତ ଆହତ ହୋଇଛନ୍ତି । ପ୍ରଭୁ ବଳଭଦ୍ର ଆଗକୁ ଝୁଙ୍କି ପଡିବାରୁ ସେବାୟତ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି ।