ରାଷ୍ଟ୍ରପତି ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ

0

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ ‘କମ୍ପାନିଅନ୍‌ ଅଫ୍‌ ଦି ଅର୍ଡର ଅଫ୍‌ ଫିଜି’ରେ ସମ୍ମାନିତ ହୋଇଛନ୍ତି। ଫିଜି ରାଷ୍ଟ୍ରପତି ରାତୁ ୟୁଲିୟମ ମେବ୍‌ଲିଲି କଟୋନିବେରେ ମଙ୍ଗଳବାର ଭାରତର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ ଓ ଫିଜି ମଧ୍ୟରେ ରହିଥିବା ନିବିଡ଼ ବନ୍ଧୁତାକୁ ଏହି ସମ୍ମାନ ପ୍ରତିଫଳିତ କରୁଛି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ସେ ମଙ୍ଗଳବାର ଫିଜି ସଂସଦକୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଏହାସହ ରାଷ୍ଟ୍ରପତି ମୁର୍ମୁ ଫିଜି ପ୍ରଧାନମନ୍ତ୍ରୀ ସିଟିବେନୋ ରାବୁକାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଫିଜି ରାଜଧାନୀ ସୁବାରେ ସେ ଭାରତୀୟ ସମୁଦାୟର ଲୋକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

Leave A Reply

Your email address will not be published.