ଘନଉଛି ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା ; ମିସାଇଲ ଲଞ୍ଚର ମୁଭ ସହ ଇରାନ ସେନା କରୁଛି ସମରାଭ୍ୟାସ

0

ଘନଉଛି ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା । ମିସାଇଲ ଲଞ୍ଚର ମୁଭ୍ ସହ ଇରାନ ସେନା ଡ୍ରିଲ ଆରମ୍ଭ କରିଥିବା ସୂଚନା ମିଳିଛି । ହମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ଇସ୍ରାଏଲ ମାରିବା ପରେ ରକ୍ତମୁଖା ହୋଇପଡିଛି ଇରାନ । ସେପଟେ ଇସ୍ରାଏଲକୁ ଚାରିପଟୁ ଘେରିବାକୁ ଇରାନ,ହିଜବୁଲା, ହମାସ,ହୁତୀର ଯୋଜନା କରୁଛନ୍ତି ।

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍, ଆମେରିକା, ବ୍ରିଟେନ ଆଦି ରାଷ୍ଟ୍ରକୁ ନେଇ ‘ଆବ୍ରାହମ୍ ମେଣ୍ଟ’ ଓ ଇରାନ୍ ନେତୃତ୍ୱାଧୀନ ‘ପ୍ରତିରୋଧର ଅକ୍ଷ’ (ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ) ମଧ୍ୟରେ ଯୁଦ୍ଧ ହେବା ଆଶଙ୍କା ଘନିଭୂତ ହେବାରେ ଲାଗିଛି। ଇରାକର ଅଲ୍-ଅସାଦ୍ ଠାରେ ଥିବା ଆମେରିକା ଓ ମିଳିତ ବାହିନୀର ସୈନ୍ୟ ଶିବିର ଉପରେ ସୋମବାର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଆକ୍ରମଣରେ ବହୁସଂଖ୍ୟାରେ ଆମେରିକୀୟ ସୈନିକ ଆହତ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.