ଭୁବନେଶ୍ୱର (ଆମ ଟିଭି): ଅମିତ ଶାହା ଗଲେ, ରାଜ୍ୟ ପ୍ରଭାରୀ ନିଯୁକ୍ତ କଲେ । ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ବଦଳାଇଲେ ଓଡ଼ିଶା ପ୍ରଭାରୀ । ବିଜେପି ନେତା ସୁନୀଲ ବଂଶଲଙ୍କୁ ରାଜ୍ୟ ବିଜେପିର ପ୍ରଭାରୀ ଦାୟିତ୍ୱ ମିଳିଛି । ସୁନୀଲଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ସୁନୀଲଙ୍କ ନିଯୁକ୍ତି ନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୁନୀଲଙ୍କ ନୂଆ ଦାୟିତ୍ୱ ନେଇ ଘୋଷଣା କରିଛନ୍ତି ।
ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିଲେ । ଶାହ ତାଙ୍କର ଗସ୍ତ ଅବସରରେ ରାଜ୍ୟ ନେତୃବୃନ୍ଦଙ୍କୁ ଦଳର ସଂଗଠନ ଓ ୨୦୨୪ ନିର୍ବାଚନକୁ ନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଶାହ ଓଡ଼ିଶାରେ ଦଳର ସ୍ଥିତି ବିଷୟରେ ଅନୁଧ୍ୟାନ କରିବା ପରେ ନୂଆ ପ୍ରଭାରୀ ଭାବେ ସୁନୀଲଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ୨୦୧୪ ଲୋକସଭାରେ ଶାନଦାର ବିଜୟ ପରେ ସୁନୀଲଙ୍କୁ ଉତ୍ତରପ୍ରଦେଶର ସଂଗଠନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା ।