ପରଲୋକରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ ପଟ୍ଟନାୟକ

0

କଟକ(ଆମ ଟିଭି): ପରଲୋକରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ ପଟ୍ଟନାୟକ। କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଲିଭରଜନିତ ରୋଗରେ ପୀଡ଼ିଥିଲେ। ତାଙ୍କର ଚିକିତ୍ସା ଜାରି ରହିଥିଲା। ବହୁ ଟିଭି ସିରିଏଲ ଓ ନାଟକର ସଂଳାପ ଲେଖକ ଭାବେ ସୁନାମ ପାଇଥିଲେ ରଣଜିତ। ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଛନ୍ତି।

୧୯୫୭ ମସିହା ମାର୍ଚ୍ଚ ୨୦ ତାରିଖରେ ରଣଜିତଙ୍କ ଜନ୍ମ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ଏମ୍ଓ ଓ ଏମ୍‌ଫିଲ୍ କରିଥିଲେ। ପେସାରେ ବ୍ୟାଙ୍କ କର୍ମଚାରୀ ଭାବେ କାମ କରିଥିଲେ ବି ନାଟକ, ସାହିତ୍ୟ, ସଙ୍ଗୀତ ପ୍ରତି ଥିଲା ତାଙ୍କର ଦୁର୍ବଳତା। ସେ ଅନେକ ନାଟ୍ୟ ପୁସ୍ତକ ଲେଖିବା ସହ ଅନେକ ଧାରାବାହିକ ରଚନା କରିଛନ୍ତି।

Leave A Reply

Your email address will not be published.