ଆସନ୍ତା ୧୨ ତାରିଖ ଜାତୀୟ କୃମିନାଶକ ଦିବସ, ୧କୋଟି ୬୮ଲକ୍ଷ ଲୋକଙ୍କୁ ଦିଆଯିବ କୃମିନାଶକ ଔଷଧ

0

ଭୁବନେଶ୍ୱର(ଆମ ଟିଭି): ଆସନ୍ତା ୧୨ ତାରିଖ ଜାତୀୟ କୃମିନାଶକ ଦିବସ। ଏହି ଦିନ ୧ ବର୍ଷରୁ ୧୯ ବର୍ଷ ପର୍ୟନ୍ତ ସମସ୍ତ ପିଲାମାନଙ୍କୁ କୃମି ନାଶକ ଔଷଧ ଖାଇବାକୁ ଦିଆଯିବାକୁ ଲକ୍ଷ ରଖାଯାଇଛି । ତେବେ ଯେଉଁମାନେ ଅଗଷ୍ଟ ୧୨ ତାରିଖରେ କୌଣସି କାରଣରୁ ଏହି ଔଷଧ ଖାଇ ପାରି ନଥିବେ ସେମାନେ ଅଗଷ୍ଟ ୧୯ ତାରିଖରେ ଏହି ଔଷଧ ଖାଇପାରିବେ। ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।ଏହି ଅବସରରେ ରାଜ୍ୟର ୧କୋଟି ୬୮ଲକ୍ଷ ୩୧ହଜାର ୬୭୯ ଜଣ ହିତାଧିକାରୀଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ । ଏହି ଔଷଧ ଖାଇବା ଦ୍ୱାରା ପିଲା  ମାନଙ୍କର ରକ୍ତ ହୀନତା ନିୟନ୍ତ୍ରଣ, ପୃଷ୍ଟିହୀନତାରୁ ରକ୍ଷା, ଶିକ୍ଷା ଦକ୍ଷତା ବୃଦ୍ଧି, ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥାନ ବୃଦ୍ଧି କାର୍ଯ୍ୟ ଦକ୍ଷତା ଓ ଜୀବିକା ସୁଯୋଗ ସୃଷ୍ଟିରେ ସହାୟକ ହେବା ସହିତ କୃମି ସଂକ୍ରମଣ ହ୍ରାସ କରିବାରେ ସହାୟକ ହୋଇଥାଏ। ।

ତେବେ କୃମିନାଶକ ଔଷଧ ବିତରଣରେ ୫୫ ହଜାର ୫ ଶହ ସ୍କୁଲକୁ ସାମିଲ କରାଯାଇଛି ।  ଏବଂ ଏଥିରେ ୬୯ ହଜାର ଶିକ୍ଷକ , ୭୨ ହଜାର ଅଙ୍ଗନବାଡି କର୍ମୀ, ୪୮ ହଜାର ଅଶକର୍ମୀ ସହ ୭ ହଜାର ୮ ଶହ ଏଏନଏମ କର୍ମୀ ସହଯୋଗ କରିବେ। ଏହା ସହିତ ଅଗଷ୍ଟ ମାସର ସମସ୍ତ ବୁଧବାର ଦିନ ଟୀକାକରଣ ଦିବସରେ ୯ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଭିଟାମିନ A ଦ୍ରବଣ ଖାଇବାକୁ ଦିଆଯାଉଅଛି ।

Leave A Reply

Your email address will not be published.