ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ୧୭ରେ ମିଳିବ ସୁଭଦ୍ରା ଯୋଜନା ଟଙ୍କା!

0

ଭୁବନେଶ୍ୱର(ଆମ ଟିଭି):  ଆସିଲା ସୁଭଦ୍ରା ଯୋଜନାର ସବିଶେଷ ନିୟମାବଳି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନାର ଶୁଭାରମ୍ଭ କରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ନିଜ ଜନ୍ମଦିନରେ ଏହି ଯୋଜନାର ଉଦ୍‌ଘାଟନ କରିବେ । ଏଥିସହ ସୁଭଦ୍ରା ଯୋଜନାର ମହିଳା ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିବେ ମୋଦି । ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ବାବଦ ୫ ହଜାର ଟଙ୍କା ପ୍ରଦାନ କରାଯିବ ।

ପ୍ରତି ବର୍ଷ ଦୁଇଟି କିସ୍ତିରେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ଟଙ୍କା ହିତାଧୀକାରୀଙ୍କ ଆକାଉମ୍ଟକୁ ପଠାଯିବ । ପ୍ରଧାନମନ୍ତ୍ରୀ ମୋଦି ରାକ୍ଷୀ ପୂର୍ଣ୍ଣିମା ବାବଦ ପ୍ରଥମ କିସ୍ତି ବାବଦ ୫ ହଜାର ଟଙ୍କା ପ୍ରଦାନ କରିବେ । ଏନେଇ ଆଜି ବିଧାନସଭାରେ ସବିଶେଷ ତଥ୍ୟ ରଖିବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯୋଜନାରେ ୧ କୋଟି ମହିଳା ଉପକୃତ ହେବେ ବୋଲି ରାଜ୍ୟ ସରକାର କହିଛନ୍ତି ।

Leave A Reply

Your email address will not be published.