ମୟୁରଭଞ୍ଜବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି

0

ମୟୁରଭଞ୍ଜ (ଆମ ଟିଭି) : ମୟୂରଭଞ୍ଜର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ଦିଦି। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ପାଇଁ ଆଜି ମୟୁରଭଞ୍ଜ ଗସ୍ତରେ ଅଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକପଦା,ରାସଗୋବିନ୍ଦପୁର ବ୍ଲକରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ଜଳସେଚନ ଓ ଦେଓ ଜଳସେଚନ ପ୍ରକଳ୍ପ ୨ଟି ପ୍ରମୁଖ ଜଳ ସେଚନ ପ୍ରକଳ୍ପର ଶୁଭାରମ୍ଭ କରି ମୟୁରଭଞ୍ଜବାସୀଙ୍କୁ ଭେଟି ଦେଇଛନ୍ତି। ଏହି ୨ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ ଦ୍ୱାରା ୨୭୦୦୦ ହେକ୍ଟରରୁ ଅଧିକ ଚାଷ ଜମି ଜଳସେଚିତ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି। ମୟୂରଭଞ୍ଜ ବାସୀଙ୍କୁ କହିଛନ୍ତି,  ମୟୁରଭଞ୍ଜ ହେଉଛି କଳା ଓ ସଂସ୍କୃତିର ମାଟି। ରାଜ୍ୟ ବିକାଶରେ ମୟୁରଭଞ୍ଜର ବିଶେଷ ଭୂମିକା ରହିଛି। ସାରା ଦେଶରେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି। ଜନଜାତି ଭାଇଭଉଣୀଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ। କୃଷି, ଶିକ୍ଷା,ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷାକୁ ସରକାର ଫୋକସ୍‍ କରିଛନ୍ତି। ୫ଟି ଜରିଆରେ ସ୍କୁଲ ରୂପାନ୍ତରଣ ପିଲାଙ୍କ ଭିତରେ ଆତ୍ମବିଶ୍ୱାସ ବଢାଇଛି। ଜନଜାତିଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ସୁଫଳ ମିଳୁଛି। ଶିକ୍ଷା ଓ ରୋଜଗାର ମାଧ୍ୟମରେ ସଶକ୍ତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ୬୮୫ କୋଟି ଟଙ୍କା ବ୍ୟୟରେ ଅତିରିକ୍ତ ୧୭,୧୨୧ ହେକ୍ଟର ଚାଷଜମି ପାଇଁ ଜଳସେଚନ ସୁବିଧାରେ ହୋଇପାରିବ। ଏହାଦ୍ୱାରା ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲାର ୫୫ ହଜାର ଚାଷୀ ଉପକୃତ ହେବେ।

Leave A Reply

Your email address will not be published.