ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

0

ନୂଆଦିଲ୍ଲୀ (ଆମ ଟିଭି): ୪୮ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଏମିତି କିଛି ବଡ ଘୋଷଣା କରିଛନ୍ତି ନିଜେ କେଜ୍ରିଓ୍ବାଲ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରୁ ବାହାରିବାର ଦିନକ ପରେ ଏପରି କିଛି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଖାଲି ସେତିକି ନୁହେଁ ଏହା ସହିତ ସେ ଆମ ଆଦମି ପାର୍ଟିର ଆଗାମୀ ଭବିଷ୍ୟତକୁ ଜନତାଙ୍କ ହାତକୁ ଟେକି ଦେଇଛନ୍ତି ।

ତେବେ ଦିଲ୍ଲୀ ରାଜନୀତିର ଉଷ୍ମତା ଏବେ ବଢିଛି । କେଜ୍ରିଓ୍ବାଲଙ୍କ ଜେଲରୁ ବାହାରିବା ପରେ ନୈତିକତା ଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଜୋର ଦାର ସ୍ବର ଉତ୍ତୋଳନ କରିଥିଲା । ଆଉ ଆଜି ତାହା ଉପରେ ଏକ ପ୍ରକାର ସମ୍ମତି ଜଣାଇ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି କେଜ୍ରିଓ୍ବାଲ । ନିଜେ ନିଜ ଆଡୁ ଦୁଇ ଦିନ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ । ଏନେଇ କେଜ୍ରିଓ୍ବାଲ କହିଛନ୍ତି, ଆଜିଠୁ ୨ ଦିନ ପରେ ମୁଁ ଇସ୍ତଫା ଦେବାକୁ ଯାଉଛି । ଯେପର୍ଯ୍ୟନ୍ତ ଜନତା ତାଙ୍କ ରାୟ ଦେଇ ନାହାନ୍ତିଯେ କେଜ୍ରିଓ୍ବାଲ ବିଶ୍ବସ୍ତ, ଯେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବି ନାହିଁ । ଜନତା ନିଜ ନିଷ୍ପତ୍ତି ନଜଣାଇବା ଯାଏଁ ମୁଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିବି ନାହିଁ ବୋଲି କହିଛନ୍ତି କେଜ୍ରିଓ୍ବାଲ । ଏହା ସହିତ ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନାହିଁ ବୋଲି କହିଦେଇଛନ୍ତି କେଜ୍ରିୱାଲ । ଯେପର୍ଯ୍ୟନ୍ତ ନିର୍ବାଚନ ନହୋଇଛି ସେପର୍ଯ୍ୟନ୍ତ ଆପ୍‌ର ଅନ୍ୟ କୌଣସି ନେତା କାମଚଳା ମୁଖ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳିବେ । ମୁଁ ଓ ସିସୋଦିଆ ଜନତାଙ୍କ ପାଖକୁ ଯିବୁ, ସେମାନେ ଯାହା ନିଷ୍ପତ୍ତି ନେବେ ସେଇଆ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.