ନିଜ ଘରେ ପାକିସ୍ତାନ ପତାକା ଲଗାଇ ଜଣେ ଗିରଫ

0

କୁଶିନଗର(ଆମ ଟିଭି): ନିଜ ଘରେ ତ୍ରିରଙ୍ଗା ବଦଳରେ ଉଡାଇଲେ ପାକିସ୍ତାନ ପତାକା । ପାକିସ୍ତାନ ପତାକା ଲଗାଇ ଜଣେ ଗିରଫ ହୋଇଛନ୍ତି। ନିଜ ଘରେ ପାକିସ୍ତାନର ଜାତୀୟ ପତାକା ଉତ୍ତୋଳନ ଅଭିଯୋଗରେ ଉତ୍ତରପ୍ରଦେଶର କୁଶିନଗରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ସଲମାନ। ବୟସ ୨୧ ବର୍ଷ ।

ଅତିରିକ୍ତ ପୁଲିସ ଅଧୀକ୍ଷକ ରିତେଶ କୁମାର ସିଂହ କହିଛନ୍ତି ଯେ, ଶୁକ୍ରବାର ପ୍ରାୟ ୧୧ଟା ବେଳେ କୁଶିନଗର ଜିଲ୍ଲାର ତାରିଆ ସୁଜନ ପୁଲିସ ଷ୍ଟେସନ ଅଧୀନ ବେଦପୁର ମୁସ୍ତାକିଲ ଗାଁର ସଲମାନଙ୍କ ଘରେ ଏହି ପତାକା ଉତ୍ତୋଳନ କରାଯାଇଥିଲା। ପୁଲିସ ଏ ବିଷୟରେ ସୂଚନା ପାଇବା ମାତ୍ରେ ସେଠାରେ ପହଞ୍ଚି ପତାକାଟିକୁ ହଟାଇ ଦେଇଥିଲା।

 

Leave A Reply

Your email address will not be published.