ପ୍ରେମ୍ ଆନନ୍ଦଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ କୁନ୍ଦ୍ରା

0

କଟକ(ଆମ ଟିଭି): ହିନ୍ଦୀ ସିନେମାରେ ସଂଗୀତ ଦେବାକୁ ଯାଉଛନ୍ତି ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ୍ ‘ଶ୍ୟାମଲାଲ୍ ଗୁପ୍ତାକୋ ଜାତେହୋ କ୍ୟା’ ହିନ୍ଦୀ ସିନେମାରେ ସେ ସଂଗୀତ ଦେବା ପାଇଁ ଚକ୍ତି ସ୍ବାକ୍ଷର କରିଛନ୍ତି। ଏଥିପାଇଁ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ବାମୀ ରାଜ୍ କୁଦ୍ରା ପ୍ରେମ୍ ଆନନ୍ଦଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଚୁକ୍ତି ସମ୍ପର୍କରେ ରାଜ୍ କୁନ୍ଦ୍ରା ନିଜ ସୋସିଆଲ ମିଡିଆ ଏକ୍ସରେରେ ପୋଷ୍ଟ୍ କରି ସୂଚନା ଦେବା ସହ ପ୍ରେମ୍ ଆନନ୍ଦଙ୍କ ସହିତ ନିଜ ଫଟୋ ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ରରେ ଶିଳ୍ପା ସେଟ୍ଟା ମୁଖ୍ୟ ଅଭିନୟରେ ଥିବା ବେଳେ ୫ଟି ଗୀତ ରହିଛି| ପ୍ରଥମ ପର୍ଯ୍ୟାୟରେ ୩ଟି ସଂଗୀତ ରେକର୍ଡିଂ ହେବାକୁ ଆଜି ନିଷ୍ପତ୍ତ ହୋଇଥିବା ପ୍ରେମ୍ ଆନନ୍ଦ ସୂଚନା ଦେଇଛନ୍ତି।

Leave A Reply

Your email address will not be published.