ବିହାରରେ ମହାଗଠବନ୍ଧନ ସରକାରର କ୍ୟାବିନେଟ ସମ୍ପ୍ରସାରଣ, ମନ୍ତ୍ରୀ ଭାବରେ ଶପଥ ନେଲେ ୩୦ରୁ ଅଧିକ ବିଧାୟକ
ପାଟନା(ଆମ ଟିଭି): ନିତିଶ କୁମାରଙ୍କ ନେତୃତ୍ୱାଧୀନ ବିହାରରେ ମହାଗଠବନ୍ଧନ ସରକାରର କ୍ୟାବିନେଟ ସମ୍ପ୍ରସାରଣ । ମନ୍ତ୍ରୀ ଭାବରେ ଶପଥ ନେଲେ ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ୩୦ରୁ ଅଧିକ ବିଧାୟକ। ଆରଜେଡିରୁ ୧୬ଜଣ, ଜେଡିୟୁରୁ ୧୧ ଜଣ, କଂଗ୍ରେସରୁ ଦୁଇଜଣ, ହମରୁ ଜଣେ ଏବଂ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି। ରାଜ୍ୟପାଳ ଫଗୁ ଚୌହାନ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉପସ୍ଥିତ ନ ଥିଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ।
ତେବେ ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରାଳୟ:
ବିଜୟ କୁମାର ଚୌଧୁରୀ: ଅର୍ଥ, ବାଣିଜ୍ୟ କର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ
ବିଜେନ୍ଦ୍ର ଯାଦବ: ଉର୍ଜା, ଯୋଜନା ଏବଂ ବିକାଶ ବିଭାଗ
ଆଲୋକ ମେହେଟ୍ଟା: ରାଜସ୍ବ ଏବଂ ଭୂମି ସୁଧାର ବିଭାଗ
ତେଜ ପ୍ରତାପ ଯାଦବ: ପର୍ଯ୍ୟାବରଣ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ
ଆଫାକ ଆଲମ: ପଶୁ ଏବଂ ମତ୍ସ୍ୟ ସଂପଦ ବିଭାଗ
ଅଶୋକ ଚୌଧୁରୀ: ଗୃହ ନିର୍ମାଣ
ଶ୍ରବଣ କୁମାର: ଗ୍ରାମୀଣ ବିକାଶ
ସୁରେନ୍ଦ୍ର କୁମାର: ସହଭାଗିତା ବିଭାଗ
ରମାନନ୍ଦ ଯାଦବ: ଖଣି ଏବଂ ଭୂତତ୍ତ୍ବ ବିଭାଗ
ଲେସୀ ସିଂହ: ଖାଦ୍ୟ ଏବଂ ଉପଭୋକ୍ତା ସଂରକ୍ଷଣ
ମଦନ ସହନୀ: ସମାଜ କଲ୍ୟାଣ
କୁମାର ସର୍ବଜୀତ: ପର୍ଯ୍ୟଟନ ବିଭାଗ
ଲଳିତ ଯାଦବ: ଲୋକ ସ୍ବାସ୍ଥ୍ୟ ବିଭାଗ
ସନ୍ତୋଷ ସିଂହ ସୁମନ: ଅନୂସୁଚିତ ଜାତି ଏବଂ ଜନଜାତି କଲ୍ୟାଣ
ସଞ୍ଜୟ କୁମାର ଝା: ଜଳ ସଂସାଧନ, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ
ଶିଲା କୁମାର: ପରିବହନ ବିଭାଗ
ସମୀର କୁମାର ମହାସେଠ: ଉଦ୍ୟୋ ବିଭାଗ
ଚନ୍ଦ୍ରଶେଖର: ଶିକ୍ଷା ବିଭାଗ
ସୁମିତ କୁମାର ସିଂହ: ବିଜ୍ଞାନ ଏବଂ ପ୍ରବୌଧିକ ବିଭାଗ
ସୁନୀଲ କୁମାର?: ମଦ୍ୟ ନିଷେଧ, ଉତ୍ପାଦ ଏବଂ ନିବନ୍ଧନ
ଅନୀତା ଦେବୀ: ପଛୁଆ ବର୍ଗ ଏବଂ ଅତି ପଛୁଆ ବର୍ଗ କଲ୍ୟାଣ
ଜିତେନ୍ଦ୍ର କୁମାର ରା: କଳା, ସଂସ୍କୃତ ଏବଂ ଯୁବ ବର୍ଗ
ଜୟନ୍ତ ରାଜ: ଲଘୁ ଜଳ ସଂଶୋଧନ ବିଭାଗ
ସୁଧାକର ସିଂହ: କୃଷି ବିଭାଗ
ଜମା ଖାନ: ସଂଖ୍ୟାଲଘୁ କଲ୍ୟାଣ ବିଭାଗ
କାର୍ତ୍ତିକ କୁମାର: ବିଧି କଲ୍ୟାଣ ବିଭାଗ
ଶମୀମ ଅହମଦ: ଗହମ ଉଦ୍ୟାଗ ବିଭାଗ
ଶାହାନଓ୍ବାଜ: ବିପର୍ଯ୍ୟୟ ପରିଚାଳନା ବିଭାଗ
ସୁରେନ୍ଦ୍ର ରାମ: ଶ୍ରମ ସଂଶୋଧନ
ମହମ୍ମଦ ଇସରାଇଲ ମନସୁରୀ: ସୂଚନା ପ୍ରସାରଣ ବିଭାଗ