ଏକ ଭିନ୍ନ ରୁପରେ ସ୍ୱାଧୀନତା ଦିବସ ପାଳନ କରିଛି ସିଜିଉ ଇନକ୍ୟୁବେଟର

0

ଭୁବନେଶ୍ବର(ଆମ ଟିଭି): ସ୍ୱାଧୀନତା ର ୭୫ ବର୍ଷ ପୁର୍ତି ଅବସରରେ ସାରା ଭାରତ ବର୍ଷ ଉତ୍ସବ ମୁଖର ଥିବା ବେଳେ ଏକ ନିଆରା ଢଙ୍ଗରେ ୟୁନିଟ୍ -୮ ଭୁବନେଶ୍ୱର ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଚି ସ୍ୱାଧୀନତା ଦିବସ । ସିଜିଉ ଇନକ୍ୟୁବେଟର ଓ ଏଡୁଟେକ୍ କାରଖାନାର ମିଳିତ ସହଯୋଗରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପିଲାମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କରିବା । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଏଡୁଟେକ୍ ଷ୍ଟାଟପ୍ କାରଖାନା ଦ୍ୱାରା ସ୍କୁଲର ଇନୋଭେସନ ଲ୍ୟାବ୍‌କୁ ଏକାଧୀକ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ପ୍ରଦାନ କରାଯାଇଥିଲା ।

ଏଥିରେ ଶିଶୁ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ବିଭିନ୍ନ ଆପ୍ଲିକେସନ ହାର୍ଡୱେୟାର ବିକାଶର ତାଲିମ ନେବା ସହ ଭର୍ଚୁଆଲ୍ ମିଟିଙ୍ଗ ମାଧ୍ୟମରେ ସମାନ ଭାବରେ ଅନଲାଇନ୍ ଶିକ୍ଷା ସହିତ ସଂଯୁକ୍ତ ହୋଇଥିଲେ । ଉକ୍ତ କାର‌୍ୟ୍ୟକ୍ରମରେ ସିଜିଉ ଇନକ୍ୟୁବେଟରର କୁଳପତି ଡକ୍ଟର ବିଏସ ସତ୍ୟନାରାୟଣ, ସିଇଓ ବିପି ପଟ୍ଟନାୟକ, ଅପରେସନ ହେଡ ପୁତୁଲ ବିସ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଉକ୍ତ ଇଭେଣ୍ଟରେ ଅଂଶଗ୍ରହଣ ପାଇଁ ଷ୍ଟାର୍ଟଅପ୍ ଅର୍ଗାନୋପୋନିକ୍ସ, ବୋନ୍ ଭି, ମୋ ଆମ୍ବୁଲାନ୍ସ, ୱାଇକ୍ରୋ, ମାଇଟ୍ରାଡିଓ ସ୍ମାକେଟ୍ ଇତ୍ୟାଦି କମ୍ପାନିଙ୍କୁ ସିଜିଉ ଇନକ୍ୟୁବେଟର ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.