ଜମ୍ମୁ (ଆମ ଟିଭି): ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଦଳ କଂଗ୍ରେର ବରିଷ୍ଠନେତା ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ପ୍ରଚାର କମିଟିରେ ମୁଖ୍ୟ ଭାବେ ନିଯୁକ୍ତି ଦେବା ପରେ ସେ ଏହି ପଦରୁ ଉହରିଯାଇଛନ୍ତି। ଦଳ ଉପରେ ପ୍ରବଳ ଅସନ୍ତୁଷ୍ଟ ଥିବା ଗୁଲାମ ନବୀ ତାଙ୍କୁ ମିଳିଥିବା ପଦକୁ ଅଗ୍ରାହ୍ୟ କରିଦେଇଛନ୍ତି । ସେହିପରି ସେ ଜମ୍ମୁ ଏବଂ କଶ୍ମୀର ରାଜନୈତିକ ଆଫେୟାର୍ସ କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
ପୂର୍ବରୁ ସର୍ବଭାରତୀୟ ଆଫେୟାର୍ସ କମିଟିର ସସଦସ୍ୟ ଥିବା ବେଳେ ଏବେ ଦଳ ପକ୍ଷରୁ ତାଙ୍କୁ ମିଳିବା ପଦବୀକୁ ସେ ଅବନତି ଭାବେ ଦେଖୁଛନ୍ତି। ଦଳର ଜଣେ ଭେଟେରାନ ନେତା ଭାବେ ଗୁଲାମ ନବୀ ଆଜାଦ ପୂର୍ବରୁ ଜମ୍ମୁ କଶ୍ମୀରିର ମୁଖ୍ୟମନ୍ତ୍ରୀ ଥିଲା। ସେହିପରି ଦଳର ବିଭିନ୍ନ ଗୁରୁତ୍ୱ ପଦପଦବୀ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । କଂଗ୍ରେସର ବିଦ୍ରୋହୀ-୨୩ ଗୋଷ୍ଟୀର ଅନ୍ୟତମ ସଦସ୍ୟ ଗୁଲାମ ନବୀ ସୋନିଆ ଗାନ୍ଧିଙ୍କୁ ବିସ୍ଫୋରକ ଚିଠି ଲେଖିଥିଲେ । ୨ ବର୍ଷ ତଳେ ଲେଖାଯାଥିବା ଚିଠିରେ ସେ ଦଳର ସାଙ୍ଗଠନିକ ପରିବର୍ତ୍ତନ ପାଇଁପ୍ରସ୍ତାବ ଦେଇତିଲା। ସେହିପରି ଜମ୍ମୁ କଶ୍ମୀର ୟୁନିଟିର ରାଜ୍ୟ ସଭାପତି ଭାବେ ତାଙ୍କ ଘନିଷ୍ଟ ମୁଲା ଅହମ୍ମଦ ମିରଙ୍କୁ ବାଦି ଦିଆଯିବାକୁ ନେଇ ଆଜାଦ୍ ଅସନ୍ତୁଷ୍ଟଥିଲେ।