୨୫୦ କୋଟିର କ୍ଷତିପୂରଣ ଦେବ Apple କମ୍ପାନୀ: ଜାଣନ୍ତୁ କାହିଁକି ?
ନୂଆଦିଲ୍ଳୀ (ଆମ ଟିଭି): ନିଜ ପଲିସିକୁ ନେଇ ବିବାଦରେ ଛନ୍ଦି ହେଉଛି ଟେକ୍ କମ୍ପାନୀ ଆପଲ୍ । ଅନେକ ମାମଲାରେ କମ୍ପାନୀ ଉପରେ ଫାଇନ୍ ମଧ୍ୟ ଲାଗିଛି । ଏଥିରେ ଆଇଓଏସ ଅପଡେଟ ମାମଲା ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା, ଯେଉଁଥିରେ ଅପଡେଟ୍ ଜରିଆରେ ପୁରୁଣା ଆଇଫୋନ୍ କୁ ସ୍ଲୋ କରିବା କାରଣରୁ କମ୍ପାନୀ ଉପରେ ଫାଇନ୍ ଲାଗିଥିଲା । ଏଭଳି ଏକ ମାମଲାରେ ଆପ୍ପଲର ସେଟଲମେଣ୍ଟକୁ କୋର୍ଟ ମଞ୍ଜୁରୀ ଦେଇଛି ।
ଆପଲ୍ ନିଜ କର୍ମଚାରୀଙ୍କୁ ୩.୦୫ କୋଟି ଡଲାର ଯାହା ଭାରତୀୟ ମୁଦ୍ରାରେ ୨୪୨.୦୩ କୋଟି ଟଙ୍କା ଫାଇନ୍ ଦେବ । ଏହି ରାଶି କମ୍ପାନୀର କର୍ମଚାରୀଙ୍କୁ ଏକ କ୍ଷତିପୂରଣ ଭାବରେ ମିଳିବ । ପ୍ରକୃତରେ ଆପ୍ପଲ କର୍ମଚାରୀଙ୍କୁ ପ୍ରତିଦିନ ନିଜର ବ୍ୟାଗ୍ ଚେକ୍ ଏବଂ ଆସବାବପତ୍ର ଚେକ୍ କରାଇବାକୁ ପଡ଼ିଥାଏ । ଯାହାକୁ ନେଇ ୨୦୧୩ ରେ କର୍ମଚାରୀମାନେ କମ୍ପାନୀ ବିରୋଧରେ ମକଦ୍ଦମା କରିଥିଲେ । ଯାହାକୁ କାଲିଫର୍ଣ୍ଣିଆ ଫେଡେରାଲ କୋର୍ଟ କର୍ମଚାରୀଙ୍କ ସପକ୍ଷରେ ଯାଇଛନ୍ତି ।
କର୍ମଚାରୀମାନେ କହିଥିଲେ ଯେ ଆପଲର ବ୍ୟାଗ୍ ଚେକ୍ ପଲିସି ବାଧ୍ୟତାମୂଳକ, ଏଥିପାଇଁ ଏହା କରିବାକୁ ପଡ଼ିଥାଏ । କିନ୍ତୁ ଏହା ଯୋଗୁଁ ପ୍ରତିଦିନ ସିଫ୍ଟ ପରେ ୩୦ ମିନିଟ୍ ପର୍ୟ୍ୟନ୍ତ ଲାଇନରେ ଛିଡା ହେବାକୁ ପଡ଼ିଥାଏ, ଥିରେ ଲାଗୁଥବା ସମୟରେ କୌଣସି ପେମେଣ୍ଟ ମଧ୍ୟ ମିଳିନଥାଏ । କର୍ମଚାରୀ ଅଭିଯୋଗ କରିଥିଲେ ଯେ ବ୍ୟାଗ୍ ଚେକ୍ ପଲିସି ରେ ବର୍ଷକୁ ଯେତିକି ସମୟ ଲାଗୁଛି ତାହର ମୂଲ୍ୟ ୧୫୦୦ ଡଲାର ହେବ କିନ୍ତୁ କମ୍ପାନୀ କର୍ମଚାରୀଙ୍କୁ ଏହା ଦେଉନାହିଁ । ତେଣୁ ଆପଲ ଏବେ ଏହି କ୍ଷତିପୂରଣ ଗଣିବାକୁ ଯାଉଛି ।