କାହିଁକି ଅଭିନୟ ଛାଡ଼ି ସନ୍ୟାସୀ ହେଲେ ଏହି ଅଭିନେତ୍ରୀ ?

0

ମୁମ୍ବାଇ (ଆମ ଟିଭି): ଅଭିନୟ ଛାଡ଼ିଲେ, ସନ୍ୟାସ ନେଲେ । ଅଭିନୟ ଜଗତରେ ନିଜର ପାରଦର୍ଶିତା ଦେଖାଇବା ପରେ ଏବେ ଅଭିନୟରୁ ସନ୍ୟାସ ନେଇଛନ୍ତି ଏହି ଅଭିନେତ୍ରୀ । ୨୭ ବର୍ଷର ସଫଳ ଅଭିନୟ କ୍ୟାରିୟର ପରେ ‘ଆଗଲେ ଜନମ ମୋହେ ବିଟିୟା ହାଏ କିଜୋ’ ଏବଂ ସ୍ବରାଗିନି ଭଳି ଟିଭି ସିରିଏଲରେ କାମ କରିଥିବା ଅଭିନେତ୍ରୀ ନୁପୁର ଆଲଙ୍କାର ଟିଭି ଜଗତରୁ ଅବସର ନେଇଛନ୍ତି। ସାଂସାରିକ ମୋହ ମାୟା ତ୍ୟାଗ କରି ସେ ସନ୍ୟାସ ନେଇ ଯାଇଛନ୍ତି। ଏବେ ସେ ଏକ ତୀର୍ଥଯାତ୍ରାରେ ଯାଇଛନ୍ତି ।

କୋଭିଡ୍ ମହାମାରୀ ପରେ ଲକଡାଉନ୍ ସମୟରୁ ନାନା ସମସ୍ୟା ଦେଇ ସେ ଗତି କରୁଥିଲେ । ଏଥିପାଇଁ ସେ କ୍ଷୁବ୍ଧ ଥିଲେ। ତାଙ୍କ ମଧ୍ୟ କୋଭିଡ୍ କାରଣରୁ ଅସୁସ୍ଥ ହୋଇଯାଇଥିଲେ ଏବଂ ଚିକିତ୍ସା ପାଇଁ ସେ ଆର୍ଥିକ ସଂକଟ ଦେଇ ଗତି କରୁଥିଲେ। ଏ ସବୁ ଦେଖିବା ପରେ ସେ ସାନାସୀ ହେବାର ନିଷ୍ପତ୍ତି ନେଲେ।

‘ଇଟାଇମ୍ସ’କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ମୁଁ ଫେବୃଆରୀରେ ଅବସର ନେଇଥିଲି। ମୁଁ ତୀର୍ଥଯାତ୍ରାରେ ବ୍ୟସ୍ତ ଅଛି ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛି ଜ୍ଝ ମୁଁ ସର୍ବଦା ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ଥିଲି ଏବଂ ମୁଁ ଆଧ୍ୟାତ୍ମିକତାକୁ ଅନୁସରଣ କରିଆସୁଥିଲି, ତେଣୁ ବର୍ତ୍ତମାନ ସମୟ ଆସିଛି, ଯେତେବେଳେ ମୁଁ ନିଜକୁ ସମ୍ପୂର୍ଣ୍ଣ ଏଥିରେ ଲିପ୍ତ ରଖିବି।
ଅଭିନେତ୍ରୀ ମାୟାନାଗରୀ ମୁମ୍ବାଇ ଛାଡି ଏବେ ହିମାଳୟରେ ଅଛନ୍ତି।

Leave A Reply

Your email address will not be published.