୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କଲେ ପ୍ରକୃତି ମିଶ୍ର: ଜାଣନ୍ତୁ କାହିଁକି?
ଭୁବନେଶ୍ୱର(ଆମ ଟିଭି): ବାବୁସନ୍-ପ୍ରକୃତି ମାମଲାକୁ ନେଇ ଆସିଛି ଏକ ବଡ଼ ଖବର। କାରଣ ବାବୁସାନଙ୍କ ସ୍ତ୍ରୀ, ତାଙ୍କ ଶ୍ୱଶୁର ଏବଂ ୟୁଟ୍ୟୁବ୍ ବିରୁଦ୍ଧରେ ମାନହାନୀ ମକଦ୍ଦମା କରିଛନ୍ତି ପ୍ରକୃତି। ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରି ପ୍ରକୃତି ଜଣାଇ କହିଛନ୍ତି ଯେ, ତାଙ୍କ ଇଜ୍ଜତ ଏତେ ଶସ୍ତା ନୁହେଁ। ତେବେ ଏହି ମାମଲାରେ ପ୍ରକୃତିଙ୍କ ଓକିଲ କହିଛନ୍ତି ଯେ, ‘ଏବେ ବି ସମାଧାନର ବାଟ ଖୋଲା ଅଛି। ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ ସମାଧାନ ହେବ। ଅଥବା ଅଭିଯୁକ୍ତ ଯଦି ଭୁଲ୍ ମାଗିବେ ସମାଧାନ ହେବ’ ବୋଲି ଓକିଲ କହିଛନ୍ତି।
ପ୍ରକୃତି କହିଛନ୍ତି ଯେ, ରାଜ ରାସ୍ତାରେ ତାଙ୍କ ସହିତ ଅନ୍ୟାୟ ହୋଇଛି। ମୋ ପ୍ରାପ୍ୟର ନ୍ୟାୟ ପାଇବାକୁ ମୁଁ ହକଦାର। ଯାହା ପୋଲିସ ଏପର୍ୟ୍ୟନ୍ତ ତାଙ୍କୁ ଦେଇପାରିନି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ସେ ଏବେ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଗତକାଲି ପ୍ରକୃତି ହାଇକୋର୍ଟଙ୍କୁ ସେ ଏହି ବିଷୟରେ ଜଣାଇଥିଲେ। ଏସମ୍ପର୍କରେ ପ୍ରତିକ୍ରିୟାରେ ପ୍ରକୃତି କହିଥିଲେ, ‘ମୋ ସହ ଯାହା ହୋଇଛି ଆପଣମାନେ ସମସ୍ତେ ଜାଣନ୍ତି। ନ୍ୟାୟାଳୟ ଉପରେ ମୋର ପୂରା ଭରସା ରହିଛି। ମୋତେ ନ୍ୟାୟ ମିଳିବ ବୋଲି ମୋର ଆଶା।