ଏସ କମ୍ପ୍ଲେକ୍ସରେ ଚାଲିଥିଲା ଓଡ଼ିଆ ଚଳଚ୍ଚିତ୍ର ମେଳା, “ଆଜିର ରେବତୀ” କୁ ଦର୍ଶକଙ୍କ ଭୁରି ଭୁରି ପ୍ରଶଂସା*

0

ଆର ଆର ଇଭେଣ୍ଟ ଓ ସିନେ ପ୍ରଡ଼କସନ ପ୍ରଯୋଜିତ “ଆଜିର ରେବତୀ” ୩୫ଟି ସିନେମା ହଲ୍ ରେ ମୁକ୍ତିଲାଭ କରିଥିବା ବେଳେ ସବୁଠି ଭୁରି ଭୁରି ପ୍ରଶଂସା କରିଛନ୍ତି ଦର୍ଶକ l ଓଲିଉଡ଼ ଇଣ୍ଡଷ୍ଟ୍ରିରେ ପ୍ରଥମଥର ପାଇଁ ଚକିତ ହେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା l ଲାଗୁଥିଲା ସତେ ଯେମିତି ଚାଲିଛି ଓଡ଼ିଆ ଚଳଚ୍ଚିତ୍ର ମେଳା l ରଜ ନୁହେଁ କି ଦଶହରା ଋତୁ ନୁହେଁ ତଥାପି ତିନି ଟି ଓଡ଼ିଆ ଚଳଚ୍ଚିତ୍ର ଗୋଟିଏ ଦିନରେ ମୁକ୍ତିଲାଭ କରିଛି l ଦିନ ଥିଲା ଗୋଟିଏ କିମ୍ବା ଦୁଇଟି ଓଡ଼ିଆ ସିନେମାକୁ ଚାତକ ପକ୍ଷୀ ପରି ଚାହିଁ ରହିବାକୁ ପଡୁଥିଲା, ହେଲେ ସେଦିନ ଆଉ ନାହିଁ l ଓଲିଉଡ଼ର ବହୁ ଚର୍ଚ୍ଚିତା ଅର୍ଚ୍ଚିତା ଙ୍କ ଅଭିନୀତ ପାଦେ ଆକାଶ, ବହୁ ଚର୍ଚ୍ଚିତ ମଲ୍ଟି ଟ୍ୟାଲେଣ୍ଟେଡ ପପୁ ପମ୍ ପମ୍ ଙ୍କ ଡଷ୍ଟବିନ୍ କୁ ଟକ୍କର ଦେଇଛି ଚୁଲବୁଲି ଶୀତଲଙ୍କ ଅଭିନୀତ ଆଜିର ରେବତୀ l ଗୋଟିଏ କମ୍ପ୍ଲେକ୍ସରେ ତିନି ତିନି ଟି ଓଡ଼ିଆ ସିନେମା ଚାଲିଥିବା ଯୋଗୁଁ ହଲ ବାହାରେ ଏବଂ ଭିତରେ ସିନେ କଳାକାର ଙ୍କ ସମେତ ସିନେ ଦର୍ଶକଙ୍କର ଖୁବ ଭିଡ ଜମିଥିଲା l ଆଜିର ରେବତୀ ର କାହାଣୀ ଦର୍ଶକଙ୍କୁ ଜୋରକରି ବାନ୍ଧି ରଖିପାରିଥିଲା l କାରଣ ଦର୍ଶକ ନିଜ ଭିତରେ ରେବତୀ କୁ ଦେଖିବାକୁ ପାଇଥିଲେ l ବଦ୍ରି ମିଶ୍ର ଙ୍କ କାହାଣୀ ସାଙ୍ଗକୁ ଶ୍ୟାମା ପ୍ରସାଦ ମିଶ୍ର ଙ୍କ ଦମଦାର ସଂଳାପ, ତା ସାଙ୍ଗକୁ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ଏବଂ ଶୁଭ୍ରାଂଶୁ ଦାସ ଙ୍କ ବଳିଷ୍ଠ ନିର୍ଦ୍ଦେଶନା ଦର୍ଶକଙ୍କୁ ବିଭୋର କରିଥିଲା l ଯୁବ ପ୍ରଯୋଜକ ରମେଶ ବାରିକ ଙ୍କର ଏହା ଥିଲା ୨୪ତମ ଚଳଚ୍ଚିତ୍ର l ଉଭୟ ଓଡ଼ିଆ ଏବଂ ବଙ୍ଗଳାର କଳାକାର ଙ୍କୁ ନେଇ ଦ୍ବିଭାଷୀ ଚଳଚ୍ଚିତ୍ର ପାଇଁ ଅଣ୍ଟା ଭିଡ଼ିଛନ୍ତି ଏବଂ ପ୍ରଥମ ଦିନରୁ ହିଁ ଜଣା ପଡିଯାଇଛି ସେ ସଫଳତାକୁ ହାତ ପାହାନ୍ତାରେ ପାଇଛନ୍ତି l

ତେବେ ଆଜି ଗୋଟିଏ କମ୍ପ୍ଲେକ୍ସରେ ତିନି ଟି ସିନେମାର ସମସ୍ତ କଳାକାର ଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଥିଲା ଏବଂ ସମସ୍ତେ ମିଳିମିଶି ସମସ୍ତ ସିନେମା ଦେଖିବା ସହିତ ସମସ୍ତ ସିନେମାର ପ୍ରଚାର ମଧ୍ୟ କରିଥିଲେ l ଓଲିଉଡ଼ର ସମସ୍ତ କଳାକାର, ନିର୍ମାତା, ନିର୍ଦ୍ଦେଶକଙ୍କୁ ଗୋଟିଏ କମ୍ପ୍ଲେକ୍ସରେ ଦେଖିବାକୁ ମିଳିଥିଲା l ଓଲିଉଡ଼ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ରେ ପ୍ରଥମ ଥର ପାଇଁ ଏମିତି ଏକ ରେକର୍ଡ ସୃଷ୍ଟି ହୋଇଥିବା କଥା ସମସ୍ତ ଚଳଚ୍ଚିତ୍ର ବିଶେଷଜ୍ଞ ମତ ଦେଇଥିଲେ l ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ହେଡ଼ ପ୍ରଣୟ ଜେଠୀ ସମସ୍ତ ଚଳଚ୍ଚିତ୍ର ଦର୍ଶକା ଦ୍ରୁତ ହେଉ ଏବଂ ଦୀର୍ଘ ଦିନ ଧରି ପ୍ରେକ୍ଷାଳୟ ରେ ଚାଲୁ ଏତିକି କାମନା କରିଛନ୍ତି l

Leave A Reply

Your email address will not be published.