ଓଡ଼ିଶାରେ ଲଂଚ ହେଲା ବାଇକୋନ୍ କମ୍ପାନୀର ସ୍ବିଚ୍

0

ଭୁବନେଶ୍ୱର (ଆମ ଟିଭି): ବୈଦ୍ୟୁତିକ ଜିନିଷ କ୍ଷେତ୍ରରେ ଦୀର୍ଘ ଦିନରୁ ସୁନାମ ଅର୍ଜନ କରିଥିବା କମ୍ପାନୀ ହେଉଛି ବାଇକୋନ କମ୍ପାନୀ । ସୋଲାର ଲାଇଟନିଂ, ଏଲ୍ଇଡି, ମିନିଏଟର ସର୍କିଟ ବ୍ରେକର୍ସ, ଡିଷ୍ଟ୍ରିବ୍ୟୁସନ୍ ବକ୍ସେସ, ୱାୟାରସ୍ ଓ କେବଳ, ସ୍ୱିଚ ଓ ବିଭିନ୍ନ ଜିନିଷ ପାଇଁ ସାଜିଛି ଜନତାଙ୍କ ଭରସାର ସାକ୍ଷୀ। ନିକଟରେ ଭୁବନେଶ୍ଵର ସ୍ଥିତ ହୋଟେଲ ଏଚ୍.ଏଚ୍.ଆଇରେ ବାଇକୋନ କମ୍ପାନୀର ସ୍ୱିଚ ଲୋକାର୍ପଣ ହୋଇଛି। କେବଳ ସ୍ଵିଚ ନୁହଁ ଏହାର ଭିନ୍ନ ଭିନ୍ନ ଜିନିଷର ହୋଇଛି ଲୋକାର୍ପଣ। ଏହି ଉତ୍ସବରେ କମ୍ପାନୀର ଏମ.ଡି ବିକ୍ରମ ଜୈନ, କାର୍ଯ୍ୟନିର୍ବାହୀ ନିର୍ଦେଶକ ଅମନ ଜୈନ, ଜାତୀୟ ସେଲସ୍ ମୁଖ୍ୟ ଇରଫାନ ଖାନ ଉପସ୍ଥିତ ରହିଥିଲେ।


ତେବେ ପ୍ରଥମ ଥର ପାଇଁ ବାଇକୋନ କମ୍ପାନୀର ସ୍ୱିଚ୍ ହୋଇଛି ଲଂଚ ଯାହାପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଡିଷ୍ଟିବ୍ୟୁଟର ଏଵଂ ରିଟେଲର୍ ଉପସ୍ଥିତ ରହିଥିଲେ। ସମସ୍ତେ ଏହି ଉତ୍ସବରେ ନିଜକୁ ସାମିଲ କରି ସଭାକୁ ଆହୁରି ସଫଳ କରାଇଥିଲେ। କେବଳ ଏତିକି ନୁହଁ ଡିଷ୍ଟିବ୍ୟୁଟର ଏଵଂ ରିଟେଲରଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅଯୋଜନ କରାଯାଉଥିଲା ଓ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ମାଧ୍ୟମରେ ସମ୍ମାନିତ କରାଯାଇଥିଲା।

ବାଇକୋନ କମ୍ପାନୀର ଓଡ଼ିଶାରେ ଉତ୍ତରୋତ୍ତର ଉନ୍ନତୀ କେମିତି ହେବ ତା ବିଷୟରେ ଆଲେଚନା କରାଯାଇ ସଭା ସମାପ୍ତ ହୋଇଥିଲା।

Leave A Reply

Your email address will not be published.