ଅପରେସନ ସିନ୍ଦୂର ପରେ ପ୍ରଥମ ଥର ମୋଦିଙ୍କୁ ଭେଟିବେ ଜିନପିଙ୍ଗ !

0

ପାକିସ୍ତାନ ସହ ନିକଟରେ ହୋଇଥିବା ଉତ୍ତେଜନା ଏବଂ ଚୀନର ପାକିସ୍ତାନକୁ ମିଳୁଥିବା ସାହାଯ୍ୟ ପରେ ମଧ୍ୟ ଭାରତ ଓ ଚୀନ ମଧ୍ୟରେ କୂଟନୈତିକକୁ ନେଇ ସକରାତ୍ମ ଭାବେ ଏକ ନୂଆ ସୁଯୋଗ ଦେଖାଦେଇଛି। ଆସନ୍ତା ଜୁଲାଇ ମାସରେ ବ୍ରାଜିଲର ରିଓ ଡି ଜାନେଇରୋରେ ଅନୁଷ୍ଠିତ ହେବାକୁ ଥିବା ୧୭ତମ ବିଆରଆଇସିଏସ ଶିଖର ସମ୍ମେଳନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ମଧ୍ୟରେ ଏକ ବୈଠକ ହୋଇପାରେ। ଗତ ବର୍ଷ ରୁଷିଆର କଜାନ ସହରରେ ଅନୁଷ୍ଠିତ ବିଆରଆଇସିଏସ ବୈଠକ ପରେ ଏହା ହେବ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିତୀୟ ସମ୍ଭାବ୍ୟ ମୁହାଁମୁହିଁ। ଯାହାକୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

ନିକଟ କିଛି ମାସ ମଧ୍ୟରେ ଚୀନ ପାକିସ୍ତାନକୁ ଅତ୍ୟାଧୁନିକ ସୈନ୍ୟ ପ୍ରଯୁକ୍ତି ଯୋଗାଣକୁ ତ୍ୱରାନ୍ୱିତ କରିଛି। ଏଥିରେ ଜେ-୩୫ଏ ଷ୍ଟେଲ୍ଥ ଯୁଦ୍ଧବିମାନ, ସାଟେଲାଇଟ ଯୋଗାଯୋଗ ସୁବିଧା ଏବଂ ପିଏଲ-୧୫ ଏୟାର ଟୁ ଏୟାର ମିସାଇଲ ସାମିଲ ରହିଛି।  ଯାହାକୁ ପାକିସ୍ତାନ ଭାରତ ବିରୁଦ୍ଧରେ ବ୍ୟବହାର କରିଛି। ଏସବୁ ସତ୍ତ୍ୱେ, ଭାରତ ଏହା ନିଶ୍ଚିତ କରିବାକୁ ଚାହୁଁଛି ଯେ ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ମଧ୍ୟ ଭାରତ-ଚୀନ ସମ୍ପର୍କରେ ସ୍ଥିରତା ବଜାୟ ରହୁ।

Leave A Reply

Your email address will not be published.