ବିଜୟ ରୂପାଣୀଙ୍କ ଡିଏନଏ ମ୍ୟାଚ୍: କାଲି ରାଜକୋଟରେ ହେବ ଅନ୍ତିମ ସଂସ୍କାର

0

ଜୁନ୍ ୧୨ ତାରିଖରେ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରହିଥିଲେ । ଆଉ ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ମୃତଦେହ ସହ ତାଙ୍କ ଡିଏନଏ ମେଳ ହୋଇଛି । ତାଙ୍କ ମୃତଦେହକୁ ଖୁବଶୀଘ୍ର ପରିବାରକୁ ହସ୍ତାନ୍ତର କରାଯିବ । ସୋମବାର ତାଙ୍କ ମୃତଦେହକୁ ରାଜ୍ୟ ପ୍ରୋଟୋକଲ୍ ସହିତ ରାଜକୋଟ ନିଆଯିବ ଏବଂ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷକୃତ୍ୟ କରାଯିବ ।

ଅହମଦାବାଦ ସିଭିଲ୍ ହସ୍ପିଟାଲର ପୋଷ୍ଟମର୍ଟମ୍ ରୁମରେ ପହଞ୍ଚିଥିବା ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ଏବଂ କ୍ୟାବିନେଟ୍ ମନ୍ତ୍ରୀ ଜଗଦୀଶ ବିଶ୍ୱକର୍ମା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଡିଏନଏ ମ୍ୟାଚ୍ ବିଷୟରେ ସୂଚନା ଦେଇଥିଲେ । ବିଜୟ ରୂପାଣୀ ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନରେ ତାଙ୍କ ଝିଅକୁ ଭେଟିବା ପାଇଁ ଅହମଦାବାଦରୁ ଲଣ୍ଡନ ଯାଉଥିଲେ । କିନ୍ତୁ, ସେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ । ବିମାନରେ ତାଙ୍କ ସିଟ୍ ନମ୍ବର ଥିଲା ୨ଡି।

ବିମାନ ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ୩୨ ଜଣଙ୍କ ଡିଏନଏ ମେଳ ହୋଇଛି ଏବଂ ୧୪ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଚିହ୍ନଟ ହୋଇଥିବା ମୃତଦେହଗୁଡ଼ିକ ଗୁଜରାଟ ଏବଂ ରାଜସ୍ଥାନର ବିଭିନ୍ନ ସହରର ବୋଲି ଅତିରିକ୍ତ ସିଭିଲ୍ ସୁପରିଣ୍ଟେଣ୍ଡେଣ୍ଟ ଡକ୍ଟର ରଜନୀଶ ପଟେଲ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ ବିଜୟ ରୂପାଣୀଙ୍କ ଶେଷକୃତ୍ୟ ରାଜକୋଟରେ କରାଯିବ । ସେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୀଡ଼ିତଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି ।

Leave A Reply

Your email address will not be published.