ବିଜେପି ନେତା ଜଗା ପ୍ରଧାନଙ୍କ ପାଇଁ ବଢିଲା ବିପଦ, ଗିରଫ ନା ଆତ୍ମସର୍ମପଣ ?

0

ଭୁବନେଶ୍ବର (ଆମ ଟିଭି): ବିଜେପି ନେତା ତଥା ଭୁବନେଶ୍ବର ମଧ୍ୟର ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କ ପାଇଁ ବିପଦ ଘନେଇବାରେ ଲାଗିଛି। ଗତକାଲି ସେ ବିଜେପି ସଭାପତି ମନମୋହନଙ୍କ ସହିତ ଆଲୋଚନା ପରେ ସେ ନୀରବି ଯାଇଛନ୍ତି। ତାଙ୍କୁ କୁଆଡେ ରୋକଠୋକ କୁହାଗଲା ଯେ, ପାର୍ଟିକୁ ଯିଏ ବଦନାମ କରିବ ତାଙ୍କୁ ଛଡାଯିବ ନାହିଁ। ବାଶ ଏତିକିରି ଜଗନ୍ନାଥ ବୁଝିଗଲେ ଆଗକୁ କଣ ହେବ।

ତେବେ ଭିତିରିଆ ସୁତ୍ର ଅନୁସାରେ ଜଗା ପ୍ରଧାନଙ୍କ ଲୋକଙ୍କ ଏପରି ପଦକ୍ଷେପକୁ ନେଇ କୁଆଡେ ଦିଲ୍ଲୀରେ ମଧ୍ୟ ଅସନ୍ତୋଷ ସୃଷ୍ଟି ହୋଇଛି। ମୋହନ ସରକାରଙ୍କୁ ବଦନାମ କରିବା ପାଇଁ ଦଳ ତରଫରୁ ଉଦ୍ୟମ ହେଉଛି ବୋଲି ଧାରଣା ସୃଷ୍ଟି ହୋଇଛି। ଯଦି ଜଗନ୍ନାଥଙ୍କ ଉପରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ନିଆଯିବ ତେବେ ସରକାର ବଦନାମ ହେବ। ସେଥିପାଇଁ ଜଗନ୍ନାଥଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି। ତେବେ ସେ ଆତ୍ମସର୍ମପଣ କରିବେ ନା ଗିରଫ ହେଲେ ସେ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି।

Leave A Reply

Your email address will not be published.