ଓଡ଼ିଶା କଂଗ୍ରେସକୁ ମିଳିଲେ ନୂତନ ପଦାଧିକାରୀ, ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟ; ଜାରୀ ହେଲା ତାଲିକା

0

ଭୁବନେଶ୍ୱର (ଆମ ଟିଭି):  ଆଜି ଅଖିଳ ଭାରତ କଂଗ୍ରେସ କମିଟି (AICC) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC)ର ପଦାଧିକାରୀ, ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟଙ୍କ ତାଲିକା ପ୍ରକାଶ କରିଛି।

ଅଖିଳ ଭାରତ କଂଗ୍ରେସ କମିଟି (AICC) ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ବରିଷ୍ଠ ନେତା ଅମୀୟ ପାଣ୍ଡବଙ୍କୁ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ଦୀପକ ମହାପାତ୍ରଙ୍କୁ ସମ୍ବାଦ ଏବଂ ସାମ୍ବାଦିକ ସମ୍ମିଳନୀର ସଂଯୋଜକ ଏବଂ ଜଗଦାନନ୍ଦ ପ୍ରଧାନଙ୍କୁ ଗବେଷଣା, ତଥ୍ୟ ଏବଂ ସୂଚନା ଦାୟିତ୍ୱ ଦିଆଯାଇଛି।

ସେହିପରି AICC ଦ୍ୱାରା ଘୋଷଣା କରାଯାଇଥିବା ୨୦ ଜଣ OPCC ମୁଖପାତ୍ରଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବିଧାୟକ ସାଗର ଚରଣ ଦାସ ଏବଂ ସୋଫିଆ ଫିରଦୌସ ପ୍ରମୁଖ ଅଛନ୍ତି। ଏହା ସହ ଦଳ ଆଠ ଜଣ ମିଡିଆ ପ୍ୟାନେଲିଷ୍ଟଙ୍କ ନାମ ମଧ୍ୟ ଘୋଷଣା କରିଛି।

 

Leave A Reply

Your email address will not be published.