ପରଲୋକରେ ସୋଭିଏତ୍ ସଙ୍ଘର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭ

0

ନୂଆଦିଲ୍ଲୀ (ଆମ ଟିଭି): ପରଲୋକରେ ମିଖାଇଲ୍ ଗୋର୍ବାଚେଭ । ସୋଭିଏତ୍ ସଙ୍ଘର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭଙ୍କ ପରଲୋକ । ସେ ୯୧ ବର୍ଷରେ ମୃତ୍ୟୁବରଣ କରିଛନ୍ତି । ଋଷ ଖବର ଏଜେନ୍ସିର ରିପୋର୍ଟ ଅନୁସାରେ, ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଏହାବ୍ୟତୀତ ଅନ୍ୟ କୌଣସି ତଥ୍ୟ ଦିଆଯାଇ ନାହିଁ ।

ମିଖାଇଲ ବିନା ରକ୍ତପାତରେ ଶୀତଳ ଯୁଦ୍ଧକୁ ଶେଷ କରିଥିଲେ । କିନ୍ତୁ ସୋଭିଏକ ସଙ୍ଘର ପତନକୁ ରୋକିବାରେ ବିଫଳ ହୋଇଥିଲେ । ସେ ସୋଭିଏତ ସଙ୍ଘର ଶେଷ ରାଷ୍ଟ୍ରପତି ମଧ୍ୟ ଥିଲେ । ୧୯୩୧ ମାର୍ଚ୍ଚ ୨ ତାରିଖରେ ଜନ୍ମ ହୋଇଥିବା ମିଖାଇଲ ଷ୍ଟାଲିନଙ୍କ ଶାସନରେ ବଡ ହୋଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେ ଜର୍ମାନୀର ଅତ୍ୟାଚାରକୁ ଅନୁଭବ କରିଥିଲେ । କମ୍ୟୁନିଷ୍ଟ ପାର୍ଟିରେ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେ ସାମ୍ୟବାଦରେ ସୁଧାର କରିବାକୁ ଦାବି କରିଥିଲେ । ସେ ୧୯୮୫ରେ ସୋଭିଏତ ସଙ୍ଘର ନେତା ନିର୍ବାଚିତ ହୋଇଥିଲେ । ୧୯୮୫ରୁ ୧୯୯୧ ଯାଏଁ ସେ ସୋଭିଏତ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ମଧ୍ୟ ଥିଲେ ।

Leave A Reply

Your email address will not be published.