ରାଜ୍ୟ ରାଜନୀତିରେ ହଲଚଲ; ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର (ଆମ ଟିଭି):  ରାଜ୍ୟ ରାଜନୀତିରେ ହଇଚଇ । ରାଜ୍ୟପାଳକୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଆଜି ଅର୍ଥାତ ସୋମାବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳ ହରିବାବୁ କୁମ୍ଭମପତିଙ୍କୁ ଭେଟିଛନ୍ତି । ରାଜ୍ୟପାଳଙ୍କ ସହ ତାଙ୍କର ଫଟୋ ସାମ୍ନାକୁ ଆସିବା ପରେ ବଢ଼ିଛି ଚର୍ଚ୍ଚା ।

ରାଜଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟପାଳଙ୍କୁ ସାକ୍ଷାତ କରିବାର କାରଣ ବାବଦରେ ସ୍ପଷ୍ଟ ସୂଚନା ଆସିନାହିଁ । ତଥାପି ସାମ୍ପ୍ରାତିକ ପରିସ୍ଥିତିକୁ ନେଇ ସାକ୍ଷାତକାର ହୋଇଥାଇପାରେ ବୋଲି ଆକଳନ ହେଉଛି । ବିଗତ ଦିନରେ ଏଫଏମ କଲେଜ ଘଟଣା, ବଳଙ୍ଗା ଅଘଟଣ କୁ ନେଇ ରାଜ୍ୟରେ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଛି ।

ଘଟଣାରେ ତଦନ୍ତ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଭେଟଘାଟ ସସପେନ୍ସ ସୃଷ୍ଟି କରିଛି । ଆହୁରି ମଧ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ଏହି ସାକ୍ଷାତକାର ହୋଇଥିବାରୁ ଆଗକୁ କିଛି ବଡ ନିଷ୍ପତ୍ତି ଆସିପାରେ ବୋଲି ବୁଦ୍ଧିଜୀବୀଙ୍କ ମତ ।

Leave A Reply

Your email address will not be published.