ଭୁବନେଶ୍ବର ଏମ୍ସରେ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ଵାଇଁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ

0

ଭୁବନେଶ୍ଵର (ଆମ ଟିଭି): ଗଞ୍ଜାମ ଜିଲ୍ଲାର ବର୍ଷୀୟାନ କଳାକାର ୧୦୭ ବର୍ଷୀୟ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ଵାଇଁ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏମ୍ସ ଗସ୍ତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଏବଂ ଏମ୍ସ ଅଧିକ୍ଷକ ଦିଲୀପ ପରିଡାଙ୍କ ସହ ଆଲୋଚନା କରିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ, ସୁସ୍ଥ ଜୀବନ କାମନା କରିଛନ୍ତି।

Leave A Reply

Your email address will not be published.