ଅଧିକ ବୈଜ୍ଞାନିକ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ: କୃଷ୍ଣଚନ୍ଦ୍ର ପାତ୍ର

0

ଭୁବନେଶ୍ୱର (ଆମ ଟିଭି): ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ପ୍ରୋଜେକ୍ଟ ଆରମ୍ଭ ହେବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଓଡ଼ିଶାରେ ଅଧିକରୁ ଅଧିକ ବୈଜ୍ଞାନିକ କିପରି ବାହାରି କାମ କରିବେ ସେଥିପାଇଁ ଆମ ସରକାର ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି ।

ଏବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପ୍ଲାନେଟୋରିୟମ୍ କାମ ଚାଲିଛି । ଅନେକ ଜାଗାରେ କାମ ସରିଆସିଲାଣି, ଖୁବଶୀଘ୍ର ପ୍ଲାନେଟୋରିୟମ୍ ଉଦ୍‌ଘାଟନ ହେଵ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପ୍ରତି ବର୍ଷ ୩୦ ଜଣ କୁନି ବୈଜ୍ଞାନିକଙ୍କୁ ଇସ୍ରୋ ପଠାଯାଉଛି । ସେମାନେ ସ୍ପେସ୍ ସେଣ୍ଟର ବୁଲି ଜ୍ଞାନ ଆହରଣ କରୁଛନ୍ତି । ଖୁବଶୀଘ୍ର ଭୁବନେଶ୍ୱର ପ୍ଲାନେଟୋରିୟମ୍ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।

Leave A Reply

Your email address will not be published.