ସାର ଅଭାବ ପାଇଁ ଆନ୍ଦୋଳନ କରିବାକୁ ବିଜେଡି ଦେଲା ଧମକ

0

ଭୁବନେଶ୍ବର (ଆମ ଟିଭି): ବର୍ତ୍ତମାନ ସାରା ରାଜ୍ୟରେ ସାର ର ଅଭା ପରିଲକ୍ଷିତ ହୋଇଛି। ଚାଷୀ ଧାନ ବିଲରେ ପିଡିଆ ପକାଇବାକୁ ଅପେକ୍ଷା କରିଛି। ହେଲେ ସରାକରୀ ସାର ବର୍ତ୍ତମାନ ଘୋର ଅଭାବ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ସାରିଲେଣି। ତେବେ ଏହାକୁ ନେଇ ବିରୋଧୀ ଦଳ ବିଜେଡି ଆଗକୁ ଆନ୍ଦୋଳନ କରିବ ବୋଲି ଧମକ ଦେଇସାରିଲାଣି।

ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ସରକାର ଦୁଇଦିନ ମଧ୍ୟ ସାର ସମସ୍ୟାର ସମାଧାନ କରନ୍ତୁ, ନଚେତ ବିଜେଡି ଆନ୍ଦୋଳନ କରିବ। ବର୍ତ୍ତମାନ ଚାଷୀମାନେ ସରକାରୀ ସାର ପାଉ ନ ଥିବାରୁ ବଜାରରୁ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ହେଲେ ତାହାର ମୂଲ୍ୟ ଅଧିକ ହେଉଥିବାରୁ ଚାଷୀଙ୍କୁ ବାଧୁଛି। ଅନ୍ୟପଟେ ସେ କହିଛନ୍ତି ଯେ, ରାଜ୍ୟରେ ସାର ର କଳାବଜାରୀ ହେଉଛି। ସରକାର ତାହା ରୋକିବାରେ ବିଫଳ ହୋଇଛନ୍ତି।

ତୁରନ୍ତ ରାଜ୍ୟ ସରକାର ଏହାର ସମାଧାନ କରନ୍ତୁ , ନଚେତ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି।

Leave A Reply

Your email address will not be published.