ସେପ୍ଟମ୍ବର ୭ ତାରିଖ ରବିବାରରେ ଲାଗିବ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ସମୟ

0

ଭୁବନେଶ୍ବର (ଆମ ଟିଭି): ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେବାକୁ ଯାଉଛି। ଯାହା ସେପ୍ଟେମ୍ବର ୭ ତାରିଖ ରବିବାର ଦିନ ଲାଗିବ। ଏହି ଦିନ ହେଉଛି ଭାଦ୍ରବ ପୂର୍ଣ୍ଣିମା। ଏହି ପୂର୍ଣିମା ଦିନ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ତେବେ ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେଉଛି। ତେବେ ଏଥର ଚନ୍ଦ୍ର ଆକାଶରେ ରକ୍ତ ପରି ଲାଲ ରଂଗ ଧାରଣ କରିବେ। ତେବେ ଜ୍ୟୋତିଷଙ୍କ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ନିମ୍ନ ସମୟ ଅନୁସାରେ ଲାଗିବ।

ଚନ୍ଦ୍ର ଗ୍ରହଣ ତାରିଖ– ସେପ୍ଟେମ୍ବର ୭ ତାରିଖ ରବିବାର

ଚନ୍ଦ୍ର ଗ୍ରହଣ ଲାଗିବା ସମୟ ଆରମ୍ଭ– ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟ

ଚନ୍ଦ୍ର ଗ୍ରହଣ ଶେଷ ହେବା ସମୟ– ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟ

ଚନ୍ଦ୍ର ଗ୍ରହଣ ଲାଗିବା ପୁରା ସମୟ–  ୪ ଘଣ୍ଟା ୨୮ ମିନିଟ୍

ଚନ୍ଦ୍ର ଗ୍ରହଣ ମୁଖ୍ୟ ସମୟ( ରକ୍ତ ଚନ୍ଦ୍ର)- ରାତି ୧୧ ଟା ଠାରୁ ରାତି ୧୨ ଟା ୨୨ ମିନିଟ

ଏହି ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଗ୍ରାସ ଚନ୍ଦ୍ର ଗ୍ରହଣ ହୋଇଥିବାରୁ ଏହି ଭାରତର ସମସ୍ତ ଅଞ୍ଛଳରେ ଦୃଶ୍ୟମାନ ହେବ। ତେବେ ଚନ୍ଦ୍ର କିଛି ସମୟ ଲାଗି ରକ୍ତ ପରି ଲାଲ ଦେଖାଯିବ। ତେବେ ଏହାକୁ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.