ଆସନ୍ତା ୨୯ ରେ ଓଡ଼ିଶାରେ ଜନଶୁଣାଣି କରିବେ ଜାତୀୟ ପଛୁଆବର୍ଗ ଆୟୋଗ

0

ଭୁବନେଶ୍ୱର (ଆମ ଟିଭି): ଆସନ୍ତା ୨୯ ତାରିଖରେ ଜାତୀୟ ପଛୁଆବର୍ଗ ଆୟୋଗ ଓଡ଼ିଶାରେ ଜନଶୁଣାଣି କରିବେ। ପଛୁଆବର୍ଗ ତାଲିକାରେ କେଉଁ ଜାତିଗୁଡ଼ିକୁ ନୂଆକରି ସାମିଲ କରାଯିବ ସେ ସଂପର୍କରେ ଆୟୋଗ ସମୀକ୍ଷା କରିବେ। ଜନଶୁଣାଣି କାର୍ଯ୍ୟକ୍ରମରେ ପଛୁଆବର୍ଗର ପ୍ରତିନିଧିମାନେ ଅଂଶଗ୍ରହଣ କରିବାକୁ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ଅନୁରୋଧ କରିଛନ୍ତି।

ଭୁବନେଶ୍ବରସ୍ଥିତ ରାଜ୍ୟ ଅତିଥିଭବନରେ ଓବିସି ଆୟୋଗଙ୍କ ଜନଶୁଣାଣି ଅନୁଷ୍ଠିତ ହେବ। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଆୟୋଗ ଶିବିର ଆୟୋଜନ କରି ଜନସାଧାରଣଙ୍କ ମତାମତ ସଂଗ୍ରହ କରିବେ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

Leave A Reply

Your email address will not be published.